ପୁଣି ରାଜ୍ଯରେ ଆଉ ଜଣଙ୍କ କରୋନା ମୃତ୍ୟୁ , ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

Odisha Hot News
1 Min Read

ଗଂଜାମ : ପୁଣି ରାଜ୍ଯରେ କରୋନା ମୃତ୍ୟୁ । କରୋନା ସଂକ୍ରମଣ କାରଣରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ଯା ୧୫ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ। ମୃତକ ଜଣକ ଗଂଜାମ ଜିଲ୍ଲାର ୪୬ ବର୍ଷୀୟ ବ୍ଯକ୍ତି ବୋଲି ଜଣା ପଡିଛି। ସୂଚନା ମୁତାବକ ଗଂଜାମ ଜିଲ୍ଲାରେ ସମୁଦାୟ ୭ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ। ଅନ୍ଯପଟେ କରୋନାରେ ଆଉ ଜଣେ ବୟସ୍କଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ବ୍ଯକ୍ତିଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ସେ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛନ୍ତି। ମୃତ ବ୍ଯକ୍ତି ଜଣକ ପୂର୍ବରୁ କର୍କଟ ରୋଗରେ ପୀଡିତ ଥିଲେ।  କିନ୍ତୁ କରୋନା ପାଇଁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି।

Share This Article