ଭୁବନେଶ୍ୱର: ଲକଡାଉନ କଟକଣା ସମୟରେ କେବଳ ଗ୍ରୀନ୍ ଜୋନରେ ହିଁ ସରକାରୀ ବସ୍ ଚାଲିପାରିବ । ଯାତ୍ରୀମାନଙ୍କୁ ଏଥି ପାଇଁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାଧାରଣ ଯାତ୍ରୀମାନଙ୍କର ସୁବିଧା ପାଇଁ ଗ୍ରୀନ ଜୋନ୍ରେ ସରକାରୀ ବସ ଚାଲିବ । ଗ୍ରୀନ୍ ଜୋନ୍ରେ ଓଏସ୍ଆର୍ଟିସି ବସ୍ ଚାଲିବ। ବସ୍ରେ ୫୦% ଯାତ୍ରୀ ଯାଇପାରିବେ। ଘରୋଇ ବସ୍ ମାଲିକ ରାଜି ନ ହେବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୁଧବାର ସୂଚନା ଦେଇଛନ୍ତି । ବସ୍ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ। ହେଲେ ଯାତ୍ରୀଙ୍କୁ ଦୁଇଗୁଣା ଭଡ଼ା ଦେବାକୁ ପଡ଼ିବ। ସରକାରୀ କର୍ମଚାରୀଙ୍କ ପାଇଁ ଏବେ ଗୋଟିଏ ବସ୍ ଚାଲିଛି। ଆଗକୁ ଅଧିକ ବସ୍ ଚାଲିବ, ରେଡ୍ ଜୋନ୍ ଦେଇ କିନ୍ତୁ ବସ୍ ଯିବନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ଗ୍ରୀନ୍ ଜୋନ୍ରେ ଗଡ଼ିବ ସରକାରୀ ବସ୍, ଯାତ୍ରୀ ଦେବେ ଦୁଇ ଗୁଣା ଭଡା: ପରିବହନ ମନ୍ତ୍ରୀଯାତ୍ରୀ

You Might Also Like
- Advertisement -
Comment