ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ବିଶ୍ୱ ତଥା ଜାତୀୟସ୍ତରରେ କରୋନା ସଂକ୍ରମିତଙ୍କ ଦେଖିଲେ ରାଜ୍ୟରେ ଏହା ନିିୟନ୍ତ୍ରଣରେ ଅଛି। ହେଲେ କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଏଥିପାଇଁ ଆମକୁ ଆହୁରି ସାବଧାନ ହେବାକୁ ପଡ଼ିବ। ଓଡ଼ିଶାରେ କରୋନା ନିୟନ୍ତ୍ରଣ କରିବାକୁ ବାଧ୍ୟତାମୂଳକ ଭାବେ ରେଜିଷ୍ଟ୍ରେଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଦେଶାଗତଙ୍କୁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍ରେ ରଖିବା ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ କହିଛନ୍ତି।
ଆଗାମୀ ଦିନରେ ପଞ୍ଚାୟତ ଏବଂ ପୌରାଞ୍ଚଳକୁ ସାଥୀରେ ନେଇ କାମ କରିବାକୁ ପଡ଼ିବ। ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେଶନ ସୁବିଧା କରାଯିବ। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକେ ବାଧ୍ୟତାମୂଳକ ରେଜିଷ୍ଟ୍ରେଶନ କରିବେ। ସେମାନଙ୍କ ପରିବାର ଓ ବନ୍ଧୁମାନେ ହିଁ ପଞ୍ଚାୟତରେ ରେଜିଷ୍ଟ୍ରେଶନ କରିବେ। ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ରେ ରଖାଯିବ। ସେମାନଙ୍କ ରହିବା, ଖାଇବା, ଚିକିତ୍ସା ଆଦିର ବ୍ୟବସ୍ଥା ମାଗଣାରେ ଯୋଗାଇ ଦିଆଯିବ। କ୍ୱାରାଣ୍ଟାଇନ୍ ଅବଧି ସରିବା ପରେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏ ସହାୟତା ରାଶି ମିଳିବ। ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେଶନ ଏବଂ କ୍ୱାରାଣ୍ଟାଇନ୍ ସେମାନଙ୍କର ତଥା ସେମାନଙ୍କ ପରିବାର, ସମାଜ ଏବଂ ରାଜ୍ୟ ପାଇଁ ମଙ୍ଗଳକର। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏଥିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ମଧ୍ୟ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜିର ପରିସ୍ଥିତି ଅସାଧାରଣ। ଏଣୁ ଅସାଧାରଣ ସମାଧାନ ମଧ୍ୟ ଆବଶ୍ୟକ କରେ। ପଞ୍ଚାୟତ ଏବଂ ପୌରାଞ୍ଚଳର ସଶକ୍ତିକରଣ ଦ୍ୱାରା ପରିସ୍ଥିତିକୁ ସଠିକ୍ ଭାବେ ମୁକାବିଲା କରାଯାଇପାରିବ। ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ୍ ସେବା ଯୋଗାଇ ଦେବା ଫଳରେ କୋଭିଡ୍-୧୯ ବିରୋଧରେ ଲଢ଼େଇକୁ ଆହୁରି ମଜଭୁତ କରିପାରିବା। ମୋ’ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସମ୍ମାନଜନକ ଭାବରେ ପ୍ରତି ଜୀବନର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପଞ୍ଚାୟତିରାଜ ଅନୁଷ୍ଠାନ ତୃଣମୂଳସ୍ତରରେ ଲୋକମାନଙ୍କର ନିଜ ଅନୁଷ୍ଠାନ। ତେଣୁ କୋଭିଡ୍-୧୯ ଲଢ଼େଇରେ ହିଁ ପଞ୍ଚାୟତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.