ଆସନ୍ତା ୯ ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତା ୯ ତାରିଖରୁ ଭୁବନେଶ୍ବରର ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦଦେଶରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ। ଏହା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହୋଇ ଆସୁଛି। ଏହି ଉତ୍ସବ ଫେବୃୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଉତ୍ସବର ପ୍ରଥମ ଦିନ ଓଡିଶୀ ସଂଗୀତ ଓ ନୃତ୍ୟ ସହିତ ରାୟବନସେ ନୃତ୍ୟ ପରିବେଷଣ କରାଯିବ। ଏଥିରେ କଣ୍ଠଶିଳ୍ପୀ ରୂପକ କୁମାର ପରିଡା ଓଡିଶୀ ସଂଗୀତ ପରିବେଷଣ କରିବେ। ସେହିପରି ଆୟୋଜକ ସଂସ୍ଥା ଓଡିଶୀ ଡ୍ୟାନସ ଏକାଡେମୀ ଓଡିଶୀ ନୃତ୍ୟ ପରିବେଷଣ କରିବେ।

ସେହିପରି ଅନ୍ୟଦିନଗୁଡିକରେ କଥକ ନୃତ୍ୟ, ମିରା ଦାସଙ୍କ ଓଡିଶୀ ନୃତ୍ୟ, ମୟୁରଭଂଜ ଛଉ ଏବଂ ଭାରତନାଟ୍ୟମ ପରିବେଷଣ କରାଯିବ। ଏ ନେଇ ଆଜି ସଂସ୍କୃତି ବିଭାଗ ଓ ଓଡିଏ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏଥିରେ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ଓଡିଏ ନିର୍ଦ୍ଦେଶିକା ତଥା ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ଏକ ପୋଷ୍ଟର ଉନମୋଚନ କରାଯାଇଛି।

Share This Article