ରେଳ ମନ୍ତ୍ରୀଙ୍କ ଦ୍ଵାରା ମଧ୍ୟରାତ୍ରିରେ ଜନସାଧାରଣଙ୍କ ସମସ୍ୟାର ସମାଧାନ

Odisha Hot News
1 Min Read

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ ସମୟରେ, 6 ଜାନୁୟାରୀ ମଧ୍ୟରାତ୍ରିରେ, କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ବ୍ଲକର, ଗୋବ୍ରା ଗ୍ରାମ ପଞ୍ଚାୟତ ବାସିନ୍ଦାଙ୍କ ଠାରୁ, ଗୁରୁଡିଝାଟିଆ ରେଳ ଷ୍ଟେସନ ନିକଟରେ ଲେଭଲ୍ କ୍ରସିଂ ଗେଟ୍ ନମ୍ବର CT-19 ରେ ଉପତଳ ମାର୍ଗ ନିକଟରେ ଜଳ ନିଷ୍କାସନ ସମ୍ପର୍କରେ ସମସ୍ୟା ଅଭିଯୋଗ ଗ୍ରହଣ କରିଥିଲେ।

ଶ୍ରୀ ବୈଷ୍ଣବ ସ୍ଥାନୀୟ ଲୋକଙ୍କ ସହ ହୋଇଥିବା ଅଭିଯୋଗ ବିଷୟରେ ଆଲୋଚନା କରିବାବେଳେ ସେମାନଙ୍କ ଅସୁବିଧା ଦୂର କରିବାକୁ ଆଶ୍ୱାସନା ଦେଇଥିଲେ ଏବଂ ରେଳ ଅଧିକାରୀଙ୍କୁ ଏହା ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ରୋଡ଼ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଏକ ମଣ୍ଡଳ ସ୍ତରୀୟ ଟିମ୍ ଆଜି ପୂର୍ବାହ୍ନରେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଗୋବ୍ରା ଗ୍ରାମ ପଞ୍ଚାୟତର ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତୁରନ୍ତ ପଦକ୍ଷେପ ନେଇଛନ୍ତି।

Share This Article