ଘରବାରି ପରିବର୍ତ୍ତନ କରିବାକୁ ଲାଞ୍ଚ ନେବା ବେଳେ ଆରଆଇ ଙ୍କୁ ଧରିଲା ଭିଜିଲାନ୍ସ

Odisha Hot News
1 Min Read

ଭୁବନେଶ୍ବର: ଚାଷ ଜମିକୁ ଘରବାରି କରିବା ପାଇଁ ଆରଆଇ ମାଗିଲେ ଲାଞ୍ଚ। ପାଞ୍ଚ ହଜାର ଟଙ୍କା ନ ଦେଲେ କିସମ ପରିବର୍ତ୍ତନ ରିପୋର୍ଟ ଦେବେ ନାହିଁ ବୋଲି କହିଲେ। ଉପାୟ ନ ପାଇ ଗ୍ରାହକ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହେଲେ। ପ୍ରସ୍ତୁତ ହେଲା ଯୋଜନା। ରଂଗବୋଲା ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ।

ଘଟଣାଟି ସୁନ୍ଦରଗଡ ଜିଲ୍ଲା ଟଙ୍ଗରାପଲ୍ଲି ତହସିଲ ଅଧିନରେ ଥିବା ତସଲାଡିହ ଆରଆଇ ଅଫିସରେ ଘଟିଛି। ଯେଉଁ ଆରଆଇ ଲାଞ୍ଚ ନେଇ ଧରାପଡିଛନ୍ତି ସେ ହେଉଛନ୍ତି ଶ୍ରୀମତି ଲିଲି ଚୌଧୁରୀ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଚାଲିଛି।

Share This Article