ଆସନ୍ତାକାଲି ଆସୁଛି ଛାଡଖାଇ ବାତ୍ୟା, ମାଛ ଛେଳି କୁକୁଡାଙ୍କୁ ସତର୍କ ସୂଚନା

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ଆସୁଛି ଛାଡଖାଇ ବାତ୍ୟା, ମାଛ ଛେଳି କୁକୁଡା ଘରୁ ନ ବାହାରିବା ପାଇଁ ଦିଆଯାଇଛି ସତର୍କ ସୂଚନା। ଏହିପରି ବହୁ ଲେଖା ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏପରି ତଥ୍ୟକୁ ମଧ୍ୟ ୟୁଜରସ ମାନେ ବେଶ ପସନ୍ଦ କରିବାରେ ଲାଗିଛନ୍ତି। ଅନେକ ହାଃ ହାଃ କରି କମେଣ୍ଟ ମଧ୍ୟ ଲେଖିଛନ୍ତି।

ପ୍ରକୃତରେ ସୋମବାର ଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏହାପରେ ଆଜି ମଙ୍ଗଳବାରରେ ଛାଡଖାଇ। ହେଲେ ଏହି ବାରରେ ବହୁ ଲୋକ ଆମିଷ ଖାଉ ନାହାଁନ୍ତି। ଫଳରେ ଆସନ୍ତାକାଲି ବୁଧବାର ଥିବାରୁ ପ୍ରକୃତ ଛାଡଖାଇ ପାଳନ ହେବ। ଆଉ ବଳି ପଡିବେ ଛେଳି ବୋଦା କୁକୁଡା ଆଉ ମାଛ।

ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଥଟା ତାମସା ଆରମ୍ଭ ହୋଇଯାଇଛି। ବୁଧବାର ଦିନ ଆମିଷ ବଜାରରେ ଭିଡ ଜମିବାର ସମ୍ଭାବନା ଥିବାରୁ ତାହାକୁ ବାତ୍ୟା ବୋଲି ୟୁଜରସ ମାନେ ଉଲ୍ଲେଖ କରିଛନ୍ତି। କେତେକ ଲେଖିଛନ୍ତି ଆଜି ରାତିରେ ଉପବାସ ରହି କାଲି ଛାଡଖାଇ ପାଳନ କରିବୁ।

ଆସନ୍ତାକାଲି ଛାଡଖାଇ ପାଇଁ ସକାଳୁ ଆମିଷ ବଜାର ବେଶ ଜମିଯିବ। ସେଥିପାଇଁ ବେପାରୀମାନେ ଆଗୁଆ ପ୍ରସ୍ତୁତ ହୋଇ ରହିଛନ୍ତି।

Share This Article