ଚିଲିକା ସେଲଡକ ଲୋକକଳା ମହୋତ୍ସବ: ମନମୋହିଲା ନବରଙ୍ଗପୁରର ଧେମସା ଓ ବେଣ୍ଟ ନୃତ୍ୟ

Odisha Hot News
1 Min Read

ବାଲୁଗାଁ: ପ୍ରାଚୀନ କଳା, ସଂସ୍କୃତି ବିକାଶ ଓ ସରକ୍ଷଣ ସଂଗ୍ରହାଳୟ ବଡ଼କୁଳ ଓଡ଼ିଆର୍ଟ ପରିସରରେ ଦୀର୍ଘ ୫ ଦିନ ବ୍ୟାପି ୯ମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଥିବା ବେଳେ ଆଜି ଥିଲା ଚତୁର୍ଥ ସନ୍ଧ୍ୟାରେ ନବରଙ୍ଗପୁରର ଧେମସା ଓ ବେଣ୍ଟ ନୃତ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଛି। ପୂର୍ବାହ୍ନରେ ଓଡ଼ିଆର୍ଟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଟେରାକୋଟା,କାଚ ଓ ପଟ୍ଟଚିତ୍ର ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଅପରାହ୍ନରେ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପେଣ୍ଟିଙ୍ଗ,କୁଇଜ ଓ ପ୍ରତିଭା ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାନ୍ଧ୍ୟ ଅଧିବେଶନରେ ବାରିପଦାର ମୟୁରଭଞ୍ଜ ଛଉ,ସମ୍ବଲପୁରୀ ନୃତ୍ୟ, ନବରଙ୍ଗପୁରର ଧେମସା ଓ ବେଣ୍ଟ ନୃତ୍ୟ ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଚତୁର୍ଥ ସନ୍ଧ୍ୟାରେ ମୁକ୍ତାକାଶ ମଞ୍ଚରେ ନବରଙ୍ଗପୁରର ଧେମସା ଓ ବେଣ୍ଟ ନୃତ୍ୟ ପରିବେଷଣକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।

ଆୟୋଜିତ ଚତୁର୍ଥ ସନ୍ଧ୍ୟାରେ କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ,ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ,ଉପସଭାପତି ନିରଞ୍ଜନ ଦାଶ, ସୁଧୀର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ କାଶୀନାଥ ବେହେରା,ପ୍ରଶାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ।

Share This Article