ବାଲୁଗାଁରେ ଚିଲିକା ବୋଇତବନ୍ଦାଣ ମହୋତ୍ସବ ପାଳିତ

Odisha Hot News
1 Min Read

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମରାଳମାଳିନୀ ନିଳାମ୍ବୁ ଚିଲିକା କୂଳଠାରେ ଆଜି ସନ୍ଧ୍ୟାରେ ଚିଲିକା ବୋଇତବନ୍ଦାଣ ମହୋତ୍ସବ ପାଳିତ ହୋଇଯାଇଛି। ଅତୀତରେ ସାଧବପୁଅମାନେ ଚିଲିକାଦେଇ ସାତଦରିଆ ପାରହୋଇ ଦେଶବିଦେଶକୁ ଯାଇ ବଣିଜକରି ବହୁ ଧନସମ୍ପତ୍ତି ଅର୍ଜନ କରି ଆସୁଥିଲେ। ଏହାକୁ ମନେରଖିବା ପାଇଁ ପ୍ରତିବର୍ଷ ବୋଇତବନ୍ଦାଣ ମହୋତ୍ସବ ପାଳନ କରାଯାଉଛି।

ସର୍ବପ୍ରଥମେ ମା’ କାଳିଜାଇଙ୍କ ନିକଟରୁ ଏକ ମଶାଲ ଆସିଥିଲା ଏବଂ ସନ୍ଧ୍ୟାରେ ଏହି ବୋଇତ ବନ୍ଦାଣ ମହୋତ୍ସବ ପାଳନ ହୋଇଥିଲା।

ଏହି ଉତ୍ସବରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସ ର ସଭାପତି ସୁକାନ୍ତି ପାଇକରା, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟସଭା ସାଂସଦ ସସ୍ମିତ ପତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସକାଳ ଖବରକାଗଜ ପ୍ରକାଶକ ଅମିତ ମଲ୍ଲିକ, ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମନସିଂହ, ଖୋର୍ଦ୍ଧା ଜିଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇଥିଲେ। ଚଳିତ ବର୍ଷ ବୋଇତ ବନ୍ଦାଣ ମହୋତ୍ସବ ଶାନ୍ତିଶୃଙ୍ଖଳା ଭାବେ ପାଳନ କରାଯାଇଛି।

Share This Article