ଠକେଇ ଅଭିଯୋଗରେ ୫ ଗିରଫ: ବହୁ ପରିମାଣର ନକଲି ନୋଟ ଜବତ

Odisha Hot News
2 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ପନ୍ଦରା ସାହିର ପିଆଜ ବ୍ୟବସାୟୀ ସଚିନ୍ ମହାପାତ୍ର ଓ ଶ୍ରୀ ରାମ ନଗର ଅଞ୍ଚଳର ବରଫ ବ୍ୟବସାୟୀ ସୁର୍ଯ୍ୟ ନାରାୟଣ ପାତ୍ର ଙ୍କ ଅଭିଯୋଗ କରିଛନ୍ତି ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗରର ବଦ୍ରିନାଥ ପଣ୍ଡା ଉଭୟଙ୍କ ସାଙ୍ଗ ଓ ସେ ଅନ୍ଧପସରା ରାସ୍ତାରେ ଥିବା ତାଙ୍କର ହାର୍ଡୱେର ଦୋକାନକୁ ଡାକି ଦୁଇ ଗୁଣ ଲାଭକାରୀ ବ୍ୟବସାୟ ନିମନ୍ତେ ବୁଝାଇଥିଲା। କଲିକତାର ଏକ ବ୍ୟବସାୟିକ ପ୍ରତିଷ୍ଠାନ ରେ ଟ୍ରେଡ୍ ପ୍ରଫିଟ୍ ଫଣ୍ଡ୍ ୟୁ ଟର୍ଣ୍ ସ୍କିମ୍ ଜରିଆରେ ଖଟାଇଥିବା ମୁଳଧନ ଦୁଇ ଗୁଣ ହେଉଛି ବୋଲି ପ୍ରଲୋଭନ ଦେଖାଇ ବୁଝାଇଥିଲେ। ଯାହା ଫଳରେ ୩ ଜଣ ମିଶି ୨୮ ଲକ୍ଷ ଟଙ୍କା ଯୋଗାଡ କରି ଗତ ୧୦ ତାରିଖ ମଧ୍ୟ ରାତ୍ରୀରେ କମାପଲ୍ଲୀ ଓଭରବ୍ରିଜ୍ ନିକଟରେ ପହଞ୍ଚିଥିଲେ। ସେଠାରୁ ତିନି ଜଣ ମିଶି ଲାଞ୍ଜିପଲୀ ଡିପିଏସ୍ ସ୍କୁଲ ନିକଟରେ ପହଞ୍ଚିଥିଲେ। ପୁର୍ବରୁ ସେଠାରେ ଥିବା ଅକ୍ଷୟ ନାୟକ ଓ ମହେଶ୍ ବର୍ମା ଏହି ୩ ଜଣଙ୍କ ସହ କାର୍ ଭିତରେ ବସି ବ୍ୟବସାୟର ଲାଭ ବିଷୟରେ ଆଲୋଚନା କରିବା ବେଳେ ସଂସ୍ଥାର ମାଲିକ ବୋଲି କେପି ନାମରେ ଜଣେ ବ୍ୟକ୍ତି ଏକ ବ୍ୟାଗ୍ ଧରି କାର୍ ଭିତରେ ବସି ସମସ୍ତଙ୍କ ସହ ଆଲୋଚନାରେ ଭାଗ ନେଇଥିଲା ଓ କୌଶଳ କ୍ରମେ ଏହି ୩ ଜଣଙ୍କ ଟଙ୍କା ବ୍ୟାଗ୍ କୁ ନେଇ ସେ ଆଣିଥିବା ବ୍ୟାଗ୍ କୁ ଧରି ମହେଶ୍ ସହ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ଏହା ପରେ ବଦ୍ରିନାଥ ଓ ଅକ୍ଷୟକୁ ଚମ୍ପଟ୍ ମାରିଥିବା ବ୍ୟକ୍ତି ମାନେ ଅନ୍ୟ ସ୍ଥାନକୁ ନେଇ ଆଲୋଚନା କରୁଥିବା ଦେଖି ସୁର୍ଯ୍ୟ ନାରାୟଣ ଓ ସଚିନ୍ ର ସନ୍ଦେହ ବଢିଥିଲା। ଯ’ଦ୍ଵାରା ଉଭୟେ କାର୍ ଭିତରେ ଥିବା ଅନ୍ୟ ବ୍ୟାଗ୍ କୁ ଯାଞ୍ଚ କରିବା ବେଳେ ସେ ଭିତର ୮ ହଜାରଟି ୫ ଶହ ଟଙ୍କିଆ ନକଲି ନୋଟ ଥିବା ଜାଣିବାକୁ ପାଇଥିଲେ। ଏହି ଭଳି ପରିସ୍ଥିତିରେ ଉଭୟେ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇ ଏହି କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତ ବଦ୍ରିନାଥ ସହ ଘଟଣାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ କୁମାର ନାୟକ, ଭବାନୀ ଶଙ୍କର ପଟ୍ଟନାୟକ, ରାମଚନ୍ଦ୍ର ପଣ୍ଡା ଓ ନିବାସ ନାହାକ ପ୍ରମୁଖ ଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଜେରା କରିବା ପରେ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି।

Share This Article