ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ସଂକୀର୍ତନ ସତ୍ୟାଗ୍ରହ କରିବ କଂଗ୍ରେସ 

Odisha Hot News
1 Min Read

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୯ ତାରିଖ ଗୁରୁବାର ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମୁନିସିପାଲଟି ଓ ମହାନଗର ନିଗମ ରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦେଶ କଂଗ୍ରେସ ଦିନ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ସେ କହିଛନ୍ତି ଯେ, ପବିତ୍ର କାର୍ତିକ ମାସରେ ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଲକ୍ଷ ଲକ୍ଷ ହବିଷ୍ୟାଳି ଓ ଭକ୍ତମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଛନ୍ତି । ଦିନ ଦିନ ଧରି ଅପେକ୍ଷା କଲା ପରେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନାହାନ୍ତି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସଭାପତି ପ୍ରସାଦ ହରିଚନନ୍ଦନ, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ, ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟୀରାମ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର, ଲଲାଟେନ୍ଦୁ ଦାଶ, ମିତ୍ରଭାନୁ ମହାପାତ୍ର, ନିରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Share This Article