ଆଜି ରାତିରୁ ଗଡିଲା ବସ, ଶେଷରେ ବସ ଧର୍ମଘଟ ସ୍ଥଗିତ କଲା ସଂଘ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବସ ଧର୍ମଘଟ ସ୍ଥଗିତ ରହିଲା। ଆଜି ରାତ୍ରୀରୁ ଚଳଚଳ କରିବାକୁ ଥିବା ବସ ଯାତ୍ରୀ ନେଇ ଯାତ୍ରା ଆରମ୍ଭ କରିଛି। ଆଜି ଘରୋଇ ବସ ମାଲିକ ସଂଘ ଏବଂ ସରକାରଙ୍କ ସହିତ ଆଲୋଚନା ପରେ ସଂଘ ଏହି ନିଷ୍ପତି ଗ୍ରହଣ କରିଛି। ତେବେ ଏହି ସ୍ଥଗିତ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କରାଯାଇଛି। ଆସନ୍ତାକାଲିଠାରୁ ସମସ୍ତ ବସ ଚଳାଚଳ କରିବ ବୋଲି ସଂଘ କହିଛି।

ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘ କହିଛି ଯେ, ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏହି ସ୍ଥଗିତ କରାଯାଇଛି। ଆସନ୍ତା 26 ତାରିଖ ଦିନ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯିବ। ସେହି ବୈଠକରେ ସରକାର କଣ ବିଚାର କରୁଛନ୍ତି ତାହା ଅନୁଧ୍ୟାନ କରାଯିବ। ଏହାପରେ 31 ତାରିଖରୁ ଧର୍ମଘଟ ପୁଣି ଚାଲିବ କି ନାହିଁ ତାହା ବିଚାର କରାଯିବ ବୋଲି ସଂଘ କହିଛି।

Share This Article