କଂଗ୍ରେସ ପକ୍ଷରୁ ନିର୍ମାଣ ସୌଧରେ ଥିବା ଆରଆଣ୍ଡବି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

Odisha Hot News
1 Min Read

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ନିର୍ମାଣ ସୌଧ ଠାରେ ଅବସ୍ଥିତ ଆର. ଆଣ୍ଡ. ବି. (ସିଭିଲ)ର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ମାନସ ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା।

ବରଗଡ଼ ଜିଲ୍ଲାର ଆର. ଆଣ୍ଡ.ବି. ବିଭାଗ ପକ୍ଷରୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ଟେଣ୍ଡର କରାଯାଇ ରାଜ୍ୟ ରାଜକୋଷର ଅର୍ଥକୁ ବିଜୁ ଜନତା ଦଳ ସରକାର ଲୁଟ କରୁଛନ୍ତି ବୋଲି ଶ୍ରୀ ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି। ବରଗଡ଼ ଜିଲ୍ଲାରେ ଅଧିକ ମୂଲ୍ୟର ଟେଣ୍ଡର କରାଯାଇ ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି ବୋଲି ସେ କହିଛନ୍ତି।

ଏଥିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ଅଜୟ ସାହୁ, ପ୍ରଦୀପ ମହାପାତ୍ର, ସଂକୁନା କହଁର, ନିହାର ବେହେରା, ବଟକୃଷ୍ଣ ରାଉତରାୟ, ସୁନିଲ ମାଟିଆ, ରଣଜିତ୍ ସେନାପତି, କାର୍ତିକ କାଣ୍ଡି, ଉଦିତ ପ୍ରଧାନ ଓ ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share This Article