କିଏ ସେହି କିଶୋର ଜେନା, ଯିଏ କି କେଇ ଘଣ୍ଟା ମଧ୍ୟରେ ସାରା ଭାରତରେ ପାଲଟିଗଲେ ହିରୋ

Odisha Hot News
2 Min Read

ଭୁବନେଶ୍ବର: ଓଡିଶାର କିଶୋର ଜେନା। ଏହି ନାମଟି ଆଗରୁ ଆମ ଓଡିଶାରେ କିମ୍ବା ଭାରତରେ କେହି ଜାଣି ନ ଥିଲେ। ହେଲେ ଆଜିର ଦିନରେ କିଶୋର ଜେନା କହିଲେ ସାରା ଓଡିଶା କାହିଁକି ବର୍ତ୍ତମାନ ଭାରତବାସୀଙ୍କ ପାଇଁ ଜଣେ ପରିଚିତ ନାମ ହୋଇଗଲେଣି। କାରଣ ହେଲା ସେ ଏସୀୟ କ୍ରୀଡାରେ ଜାଭଲିନ୍ ଥ୍ରୋ ରେ ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ।

ଜାଭଲିନରେ ଭାରତରେ ନୀରଜ ଚୋପ୍ରା ବେଶ ପରିଚିତ। ହେଲେ କିଶୋର ସେହି ପରିଚୟଠାରୁ ବହୁ ଦୂରରେ ଥିଲେ। ସୌଭାଗ୍ୟ ବସତଃ ଉଭୟ ଖେଳାଳୀ ଭାରତ ପାଇଁ ପଦକ ଆଣି ଗୌରାବନ୍ବିତ କରିପାରିଛନ୍ତି। ନିରଜ ସ୍ବର୍ଣ୍ଣ ଜିତିଥିବା ବେଳେ କିଶୋର ହାସଲ କରିଛନ୍ତି ରୌପ୍ୟ ପଦକ। ସେତିକି ନୁହେଁ କିଶୋର ଜେନା ୮୬.୭୭ ମିଟର ଥ୍ରୋ କରି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଓଡିଶା ତଥା ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା କିଶୋର ବର୍ତ୍ତମାନ ଓଡିଆ ଯୁବକଙ୍କର ହିରୋ ପାଲଟିଛନ୍ତି ସତ, ହେଲେ ଅନେକ ତାଙ୍କ ସଂପର୍କରେ କେହି କିଛି ଜାଣନ୍ତି ନାହିଁ। ପ୍ରକୃତରେ କିଶୋର ଜେନା ହେଉଛନ୍ତି ପୁରୀ ବ୍ରହ୍ମଗିରିର ବାସିନ୍ଦା। ତାଙ୍କର ବାପାଙ୍କ ନାମ ହେଉଛି କେଶବ ଜେନା। କିଶୋର ହେଉଛନ୍ତି ଛଅ ଭଉଣୀରେ ଏକମାତ୍ର ପୁଅ। ସେ ହେଉଛନ୍ତି ସମସ୍ତଙ୍କଠାରୁ ସାନ।

ତାଙ୍କର ପରିବାରର ସମ୍ବଳ ବିଶେଷ ନାହିଁ। ସେଥିପାଇଁ ପରିବାରର ସମସ୍ତେ ଭାବିଥିଲେ ଯେ, କିଶୋର ପାଠପଢି ଚାକିରୀ କରୁ। କାରଣ ଘରକୁ ପଇସାର ଆବଶ୍ୟକତା ଥିଲା। ହେଲେ ଏହା ଭିତରେ ତାଙ୍କର ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ପ୍ରଥମେ ଭଲ ଫୁଟବଲ ଖେଳାଳୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଜାଭିଲିନ ରେ ମନୋନିବେଶ କଲେ।

ତେବେ ଏ କ୍ଷେତ୍ରରେ ତାଙ୍କୁ ବେଶ ସାହାଯ୍ୟ କରିଥିଲେ ବ୍ରହ୍ମଗିରି କଲେଜର ଇତିହାସ ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ। ସେ କିଶୋରଙ୍କୁ ଖେଳ ପ୍ରତି ଆଗ୍ରହ ରଖିବା ପାଇଁ ଉତ୍ସାହିତ କରୁଥିଲେ। ମୁଖ୍ୟତଃ କିଶୋରଙ୍କ ଖେଳ ଦେଖି ଭବାନୀ ତାଙ୍କ ଭିତରେ ବହୁ ସମ୍ଭାବନା ଦେଖିଥିଲେ। ସେଥିପାଇଁ ସେ ଏହି ଖେଳ କ୍ଷେତ୍ରରେ ବେଶୀ ମନଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ।

କିଶୋର ଏସିୟାନ କ୍ରୀଡା ଖେଳିବାକୁ ଯାଇଛନ୍ତି ବୋଲି ତାଙ୍କ ବ୍ରହ୍ମଗିରି ଅଞ୍ଚଳରେ ବେଶ୍ ଚହଳ ସୃଷ୍ଟି କରିଥିଲେ। ତାଙ୍କର କେତେବେଳେ ଖେଳ ଅଛି ତାହାକୁ ଟିଭିରେ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ଯେତେବେଳେ ସେ ରୌପ୍ୟ ପଦକ ଜିତିଲେ ବୋଲି ଘୋଷଣା ହେଲା ସେତେବେଳେ ପୁରା ବ୍ରହ୍ମଗିରିରେ ଉତ୍ସବ ପାଳନ ଆରମ୍ଭ ହୋଇ ଯାଇଥିଲା।

ତାଙ୍କ ଘରକୁ ବହୁ ଲୋକ ତଥା ଶୁଭେଚ୍ଛୁ ମିଠା ଧରି ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏବେ ଚୀନରୁ ଫେରିବା ବାଟକୁ ବ୍ରହ୍ମଗିରି ବାସୀ ଅପେକ୍ଷା କରି ରହିଛନ୍ତି। କେବେଳ ବ୍ରହ୍ମଗିରି କାହିଁକି ସାରା ଓଡିଶା ଲୋକେ ଅନେଇ ରହିଛି। ତାଙ୍କର ଏହି ସଫଳତା ଓଡିଶା ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ।

Share This Article