ଭୁବନେଶ୍ୱର: ଲୋକଙ୍କ ହୃଦୟରେ ଦେଶର ସାହସୀ ସନ୍ତାନଙ୍କ ପ୍ରତି ସମ୍ମାନର ଭାବନା ଜାଗ୍ରତ, ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଅସୀମ ସମ୍ମାନ, କୋଟିକୋଟି ଭାରତୀୟଙ୍କ ହୃଦୟରେ ସଂଯୋଗ ଏବଂ ସଂଲଗ୍ନକୁ ଆହୁରି ସୁଦୃଢ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‘ମୋ ମାଟି ମୋ ଦେଶ’ ଅଭିଯାନକୁ ଡିଏଭି ପୋଖରୀପୁଟ ଅତ୍ୟନ୍ତ ସଦ୍ଭାବନାର ସହିତ ପାଳନ କରିଛି। ବିଦ୍ୟାଳୟର ସମସ୍ତ ପ୍ରବେଶ ଦ୍ୱାର ନିକଟରେ ସ୍ଥାପନ କରାଯାଇଥିବା ଅମୃତ କଳସରେ ବିଦ୍ୟାର୍ଥୀ , ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଗଣ ମାଟି ପ୍ରଦାନ କରି ଭକ୍ତି ସୁମନ ଅର୍ପଣ କରିଥିଲେ।
ଏହି ଅବସରରେ ଏକ ବିଶାଳ ପଦଯାତ୍ରାରେ ବିଦ୍ୟାର୍ଥୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ସମୂହ ପୋଖରୀପୁଟ ଗ୍ରାମ ପରିକ୍ରମା କରି ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ। ଏହି ପରିକ୍ରମା ସମୟରେ ସ୍ୱେଚ୍ଛାକୃତ ଭାବେ ଆବାଳବୃଦ୍ଧବନିତା ଅତ୍ୟନ୍ତ ଆଗ୍ରହ ସହକାରେ ନୂଆ ଦିଲ୍ଲୀଠାରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ନିମନ୍ତେ ମାଟି ଦାନ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ପଦଯାତ୍ରାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନସାଧାରଣ ଓ ଅଭିଭାବକ ବିଦ୍ୟାଳୟର ଏହି ଅଭିନବ ସଚେତନତା ମୂଳକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

Comment