କଟକରେ ୬ଷ୍ଠ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ନିଷ୍ପତ୍ତି: କଟକ ସହର ୪୮ ଘଣ୍ଟା ସଟ୍‌ ଡାଉନ୍‌

Odisha Hot News
1 Min Read

ଭୁବନେଶ୍ୱର: କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଏବଂ ଭଦ୍ରକ ପରେ ଏବେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର କଟକରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟୁଇଟ କରି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ରାଜ୍ୟର ୫ମ କରୋନା ରୋଗୀ ଆକ୍ରାନ୍ତ ହେବାର କାରଣ ଜଣାପଡ଼ୁନଥିବାରୁ ସଂକ୍ରମିତ ହେବାର ଆଶଙ୍କା ବଢ଼ିଯାଇଛି। ଏଣୁ ପ୍ରଥମେ ଭୁବନେଶ୍ୱର, ଭଦ୍ରକ ସହରକୁ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ହେବା ନେଇ ଘୋଷଣା କରାଯାଇଥିଲା।

Share This Article
Leave a Comment