ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ: ବାଲୁଗାଁ ସମେତ ଏକାଧିକ ସ୍ଥାନରେ ଜାରି ରହିଛି ଚଢାଉ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଛି। ବାଲୁଗାଁ ଜେନା କଲୋନୀରେ ଚାଲିଛି ଭିଜିଲାନ୍ସ ରେଡ।

ଉକ୍ତ କଲୋନୀରେ ପୂର୍ବତନ ବୁଗୁଡ଼ା ତହସିଲଦାର ଯଥା ବର୍ତ୍ତମାନ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଶ୍ରୀ ଜେନାଙ୍କ ଘର ଚିଲିକା ବ୍ଲକ ହରିପୁର ବୋଲି ଜଣାପଡିଛି।

ସେ ମୂଳତଃ ଶିକ୍ଷକ ଥିଲେ ଏବଂ ୨୦୧୬ ରେ ଓଆରଏସ ଭାବେ ପଦୋନ୍ନତି ପାଇଁ ଦୁଇ ବର୍ଷ ତଳେ ଓଏଏସ ଭାବେ ପୁଣି ପଦୋନ୍ନତି ପାଇଥିଲେ। ଭିଜିଲାନ୍ସର ୩ ଗୋଟି ଟିମ ବାଲୁଗାଁ, ହରିପୁର, ଛୋଟରାୟପୁରରେ ଚଢ଼ାଉ ଜାରି ରଖିଛି।

Share This Article