ଖୋର୍ଦ୍ଧା ଜିଲ୍ଲାରେ ସଂସାଧାନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦୁଇ ଜଣିଆ ପ୍ରଶିକ୍ଷଣ ଶିବିର ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଶିବିର ର ଲକ୍ଷ ଏବଂ ଉଦ୍ଦେଶ୍ୟ ଉପରେ ଆଲୋଚନା କରିବା ସହ ଆସନ୍ତା ସେପ୍ଟେମ୍ବର ୧୫ ରୁ ୩୦ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ସରକାରଙ୍କ ବିଭନ୍ନ ଯୋଜନା ଲୋକ କଳା ମାଧ୍ୟମରେ ସମସ୍ତ ଗ୍ରାମରେ ପହଞ୍ଚେଇବାର ପାଇଁ କଳାକାରମାନଙ୍କୁ ଆହ୍ବାନ କରିଥିଲେ।

ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଜିଲ୍ଲା ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କ ରେ କଳାକାର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ସମସ୍ତ କଳାକାର ଙ୍କୁ ସୁଯୋଗ ଦିଆଯିବ ବୋଲି ମତବ୍ୟକ୍ତ କରିବା ସହ ମାର୍ଗ ଦର୍ଶିକା ବିଷୟରେ ଆଲୋକପାତ କରିଥିଲେ।‌ପ୍ରମୁଖ ଆଠ ଗୋଟି ଯୋଜନାର ରୂପରେଖ କବିତା ମାଧ୍ୟମରେ କଳାକାର ମାନଙ୍କୁ ଦିଗଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡ଼ା ଏବଂ ଵିଭୁଦତ୍ତ ସାହୁ, ଏ ଡ଼ି ଏ ରାଜେନ୍ଦ୍ର କାହାର, ଡ଼ି ଏମ୍ ଏସ ଓ ପ୍ରଶିକ୍ଷଣ ଦେଇଥିଲେ।

ରାଜ୍ୟ ସଂସାଧାନର ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନିଶାଙ୍କ ସମସ୍ତଙ୍କୁ ଉଦବୋଧନ ଦେବା ସହ କାର୍ଯ୍ୟକ୍ରମ ବିଷୟରେ ଆଲେଚନା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିବାକୁ ସମସ୍ତଙ୍କ ସହ ଆଲୋଚନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article