ପୁରୀ : ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ବୁଧବାର ପୁରୀରେ ଚତୁର୍ଥ ପର୍ଯ୍ୟାୟ ରଥକାଠ ପହଞ୍ଚତ୍ଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୮ ଖଣ୍ଡ ଫାଶୀକାଠ ଆସିଛି। ଏଥିରେ ତୁମ୍ବ ତିଆରି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି।
ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତବର୍ଷ ଆସିଥିବା କାଠ ମଧ୍ୟରୁ ୧୯୩ ଖଣ୍ଡ ବଳକା ରହିଛି। ଏଥର ୬୭୨ ଖଣ୍ଡ କାଠ ଆସିବ। ଏଥିମଧ୍ୟରୁ ୨୬୬ ଖଣ୍ଡ କାଠ କଟକ ଖପୁରିଆସ୍ଥିତ ସ’ ମିଲ୍କୁ ଏବଂ ୪୦୬ ଖଣ୍ଡ କାଠ ରଥଖଳାକୁ ଆସିବ। ବର୍ତ୍ତମାନ ସୁଦ୍ଧା ୧୩୩ ଖଣ୍ଡ କାଠ ପହଞ୍ଚତ୍ଛି। ଗୁରୁବାର ରାମନବମୀରେ ମୁଖ୍ୟ ତତ୍ତ୍ବାବଧାରକ ମେକାପଙ୍କ ସମେତ ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଜେଟିପି ରାମଚନ୍ଦ୍ର ମହାରଣା ଧୂପ, ଦୀପ, ମାଳ, ମାହାର୍ଦ୍ଦ ନଡ଼ିଆ ଆଦି ନେଇ କଟକ ଖପୁରିଆ ସ’ ମିଲକୁ ଯିବେ। ସେଠାରେ ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଅନୁକୂଳ ହେବ। ଏହାପରେ ଆସନ୍ତା ମାସ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯିବ।
ପୁରୀରେ ପହଞ୍ଚତ୍ଲା ଚତୁର୍ଥ ପର୍ଯ୍ୟାୟ ରଥକାଠ
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.