ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏଯାବତ୍ ଲକଡାଉନ୍ ନିୟମ ଉଲ୍ଲଂଘନର ମୋଟ୍ ୨୦୬ଟି ମାମଲା ରୁଜୁ ହୋଇଛି। ୬୨୦ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଏଥିମଧ୍ୟରୁ ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ ୨୫୩ଜଣଙ୍କ ବିରୋଧରେ ୩୭ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୯ଜଣ ବିଦେଶ ଫେରନ୍ତାଙ୍କ ବିରୋଧରେ ୬ଟି ସଂଗରୋଧ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଗଞ୍ଜାମ ପୁଲିସ୍ ଜିଲ୍ଲାରେ ୩୬୭ଜଣଙ୍କ ବିରୋଧରେ ୧୬୯ଟି ମାମଲା ରୁଜୁ ହୋଇଛି।ଏଥିମଧ୍ୟରୁ ଗୋଟିଏ ସଂଗରୋଧ ମାମଲା ରୁଜୁ ହୋଇଛି। ଏତେସଂଖ୍ୟକ ମାମଲା ରୁଜୁ ହେବା ପରେ ବି ଗଞ୍ଜାମ ଜିଲ୍ଲାରେ ଲୋକେ ଲକଡାଉନକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।
ସୂଚନାଯୋଗ୍ୟ, ଗତ୨୮ ତାରିଖ ସକାଳରୁ ୨୯ ତାରିଖ ସକାଳ ସୁଦ୍ଧା କରୋନା ଜନିତ ମୋଟ୍ ୨୬୭ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୨୩୮ଟି ମାମଲା ଲକଡାଉନ୍ ନିୟମ ଉଲ୍ଲଂଘନ ସକାଶେ ହୋଇଥିବା ବେଳେ ୨୧ଟି ମାମଲା ସଂଗରୋଧ ମାମଲା ରୁଜୁ ହୋଇଛି। ଏହାଛଡ଼ା ୫ଟି ଅନ୍ୟ ମାମଲା ରୁଜୁ ହୋଇଥିବା ପୁଲିସ୍ ମହାନିର୍ଦେଶକ ସୂଚନା ଦେଇଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.