ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତର ପ୍ରଦେଶ ସରକାର

Odisha Hot News
1 Min Read

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକଭବନରେ ଆୟୋଜିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ କଥା ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହାସହ ଏମାନଙ୍କୁ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ସମସ୍ତ ଘରୋଇ କର୍ମଚାରୀ ମଧ୍ୟ ଘରେ ବସି କାମ କରିବାକୁ କୁହାଯାଇଛି। ସରକାରୀ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କରୋନା ଏବେ ଭାରତରେ ଷ୍ଟେଜ ୨ରେ ଥିବା ବେଳେ ଏହାକୁ ଷ୍ଟେଜ ୩ କୁ ନ ଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।

Share This Article
Leave a Comment