ଭୁବନେଶ୍ବର : ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶଙ୍କୁ ଇସ୍ପାତ ଓ ଖଣି ବିଭାଗକୁ ବଦଳି କରାଯାଇଛି। ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସନ୍ର ସଚିବ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ମାଧ୍ୟମିକ ଶିକ୍ଷା ନିେର୍ଦ୍ଦଶକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମିଶ୍ରଙ୍କ ଜାଗାକୁ ବର୍ତ୍ତମାନର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କ ବଦଳି ହୋଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅଭୟ କୁମାର ନାୟକ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।
ଏହି ଚାରି ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସମେତ ୧୮ ଜଣ ଓଏଏସ୍ ଅଫିସର୍ଙ୍କର ଆଜି ଅଦଳବଦଳ ହୋଇଛି। ଶରତ ଚନ୍ଦ୍ର ପଣ୍ଡାଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ, ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଉଷାରାଣୀ ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମସଚିବ, ମନୋଜ କୁମାର ପାଢ଼ୀଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ମନୋରଞ୍ଜନ ମଲ୍ଲିକଙ୍କୁ ଗଜପତି ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦେବଗଡ଼ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଭି ପୁନମକାନ୍ତ ଏକ୍କାଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ବାଲେଶ୍ବର ଡିଆର୍ଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ସର୍ବେଶ୍ବର ସିଂହଙ୍କୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଉପ ନିର୍ଦ୍ଦେଶକ(ତଦନ୍ତ), କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ବାଲେଶ୍ବର ଅତିରିକ୍ତ ଉପଜିଲ୍ଲାପାଳ, ପ୍ରଶାନ୍ତ କୁମାର ରାଉତଙ୍କୁ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ଜସ୍ମିନ ପଟ୍ଟନାୟକଙ୍କୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ, ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଗଞ୍ଜାମ ଡିଆର୍ଡିଏ ଅତିରିକ୍ତ ପ୍ରକଳ୍ପ ନିେର୍ଦ୍ଦଶକ ଓ ରଞ୍ଜନ କୁମାର ଜେନାଙ୍କୁ ବାଙ୍କୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ଏହା ସହ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କର ଇସ୍ପାତ ଓ ଖଣି ବିଭାଗକୁ ହୋଇଥିବା ବଦଳି ଏବଂ କେଉଁଝର ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀଙ୍କର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ହୋଇଥିବା ବଦଳିକୁ ବାତିଲ୍ କରାଯାଇଛି। ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ମହେଶ୍ବର ପାଣିଗ୍ରାହୀଙ୍କ ବଦଳି ମଧ୍ୟ ବାତିଲ୍ ହୋଇଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.