ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଆଗକୁ ଆଉ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଆର୍ଟିଓ କାର୍ଯ୍ୟାଳୟରେ ଠିଆ ହେବାକୁ ପଡ଼ିବ ନାହିଁ। ଏଣିକି ଅନ୍ଲାଇନରେ ଆବେଦନ କରି ତତ୍କ୍ଷଣାତ୍ ଟେଷ୍ଟ ଦେଇ ଲର୍ନିଂ ଲାଇସେନ୍ସ ହାସଲ କରିହେବ। ଲାଇସେନ୍ସ ଆବେଦନକାରୀଙ୍କୁ ଅନୁମୋଦନ ନେବା ପାଇଁ ଥିବା ଜରୁରୀ ବ୍ୟବସ୍ଥାକୁ ବୁଧବାରଠାରୁ ରାଜ୍ୟ ସରକାର ଉଚ୍ଛେଦ କରିଦେଇଛନ୍ତି। ରାଜ୍ୟ ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା କହିଛନ୍ତି ଯେ, ଆବେଦନକାରୀଙ୍କୁ ଏଣିକି ଲର୍ନିଂ ଲାଇସେନ୍ସ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ)କୁ ଯିବାକୁ ପଡିବ ନାହିଁ। ସେମାନେ ଅନ୍ଲାଇନରେ ନିଜର ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିବେ। ଏହାପରେ ଟ୍ରାଫିକ ନିୟମ ଉପରେ ୧୦ଟି ପ୍ରଶ୍ନର ଉତ୍ତର ଦେବେ। ସେଥିରୁ ୬ଟି ପ୍ରଶ୍ନର ଠିକ୍ ଉତ୍ତର ଦେବାପରେ ତତ୍କ୍ଷଣାତ ଲର୍ନିଂ ଲାଇସେନ୍ସ ପାଇଯିବେ। ଆବେଦନକାରୀ ସଙ୍ଗେ ସଙ୍ଗେ ଏହାକୁ ଡାଉନଲୋଡ କରିପାରିବେ। ପୂର୍ବରୁ ଲାଇସେନ୍ସ ପାଇବା ପାଇଁ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ଫଟୋ ଉଠାଇବା ଓ ଅନୁମୋଦନ ନେବାକୁ ପଡୁଥିଲା। ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ପରିବହନ ବିଭାଗ ପକ୍ଷରୁ ତ୍ୱରିତ ସେବା ଦିଆଯାଉଛି। ଖୁବ୍ଶୀଘ୍ର ସରକାର ଆବେଦନକାରୀଙ୍କ ସୁବିଧା ଲାଗି ଟଚସ୍କ୍ରିନ ସୁବିଧା ଥିବା କମ୍ପ୍ୟୁଟର କେତୋଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବସାଇବା ପାଇଁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାରେ ସରଳୀକରଣ କରିବାକୁ ରାଜ୍ୟ ସରକାର ଯେକୌଣସି ଆର୍ଟିଓରେ ଲର୍ନିଂ ଲାଇସେନ୍ସ, ଚୂଡାନ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେଶନ ପ୍ରକ୍ରିୟାର ସୁବିଧା ଉପଲବ୍ଧ କରାଇଛନ୍ତିି।
ଏଣିକି ତତ୍କ୍ଷଣାତ ଲର୍ନିଂ ଲାଇସେନ୍ସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
