ଭୁବନେଶ୍ୱର : ରାଜ୍ୟରେ ମହଙ୍ଗା ହେବ ଟୋଲ୍ ଫି’। ଗାଡି ଚାଳକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଟୋଲ୍ ଦେୟ। କାରଣ ୨୦୦୬ ମସିହାରେ ଧାର୍ଯ୍ୟ ହୋଇଥିବା ଦେୟରେ ସଂଶୋଧନ ହେବାକୁ ଯାଉଛି। ଏନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଓଡିଶା ଷ୍ଟେଟ୍ ରୋଡ୍ ଟୋଲ୍ସ ରୁଲ୍(ଓବିସିସି)। ଓଡିଶା ଷ୍ଟେଟ୍ ରୋଡ୍ ଟୋଲସ୍ ରୁଲ୍ ୨୦୧୧ ଅନୁସାରେ ଏହି ଦର ଧାର୍ଯ୍ୟ କରାଯିବ, ଯେମିତି ଏବେ ବିଜୁ ଏକ୍ସପ୍ରେସ ୱେ’ ସମ୍ବଲପୁର ଓ ରାଉରକେଲା ଟୋଲ୍ ପ୍ଲାଜାରୁ ଟୋଲ ଆଦାୟ ହେଉଛି। .ପୂର୍ତ୍ତ ବିଭାଗ ଅଧୀନରେ ୨୯ଟି ଟୋଲ୍ ଗେଟ୍ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ୭ଟି ଟୋଲ୍ ଗେଟ୍। ଏସବୁରୁ ବାର୍ଷିକ ୨୨ରୁ ୨୪ କୋଟି ଟଙ୍କା ଆଦାୟ ହେଉଛି। ତେବେ ରାସ୍ତା ଓ ପୋଲ ମରାମତି ଓ ରକ୍ଷଣ ଲାଗି ଅଧିକ ଅର୍ଥ ଦରକାର ପଡୁଥିବାରୁ ସରକାର ଟୋଲ ସଂଶୋଧନ ଲାଗି ବିଚାର କରୁଥିବା ସୂଚନା ଦେଇଛନ୍ତି ଓଡିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାଶ।୨୦୦୬ରେ ଧାର୍ଯ୍ୟ ଦର ଅନୁସାରେ ଏବେ ଟୋଲ ଆଦାୟ ହେଉଛି ତିନି ଚକିଆ ଯାନ ପାଇଁ ଦୈନିକ ୭ଟଙ୍କା, କାର, ଜିପ୍ ଓ ଅନ୍ୟ ହାଲକା ଯାନ ପାଇଁ ୧୫ ଟଙ୍କା, ବସ, ମିନି ଟ୍ରକ, ଟ୍ରାକ୍ଟର ଏବଂ ପିକ୍ଅପ୍ ଭ୍ୟାନ ଭଳି ଯାନ ପାଇଁ ୩୦ ଟଙ୍କା ଦେବାକୁ ପଡୁଛି। ଭାରୀଯାନ ପାଇଁ ଦୈନିକ ଦେୟ ରହିଛି ୩୦୦ ଟଙ୍କା। ଏବେ ଯେଉଁ ଦର ରହିଛି, ତାକୁ ଦେବାକୁ ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି।
ରାଜ୍ୟରେ ମହଙ୍ଗା ହେବ ଟୋଲ୍ ଫି’
- Advertisement -
Stay Connected
Comment
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.