ଭୁବନେଶ୍ୱର: ପିଆଜ ଦର ବୃଦ୍ଧି ରୋକିବାକୁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ତାହା କମିବାର ନାଁ ନେଉନି। ଦେଶର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋ ପିଛା ୧୫୦ ଟଙ୍କାରେ ପହଞ୍ଚିଛି। ଗଲା କିଛି ଦିନ ଧରି ପିଆଜର ଉତ୍କଟ ଅଭାବ ସୃଷ୍ଟି ହୋଇଥିବାବେଳେ ଗୁରୁବାର ରାଜ୍ୟରେ ପିଆଜ ଦର ରେକର୍ଡ ଭାଙ୍ଗିଛି। ସପ୍ତାହକ ତଳେ ପିଆଜ କିଲୋ ପ୍ରତି ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଶହେ ୧୪୦ରେ ଟପିଛି। ରାଜ୍ୟର ସବୁଠୁ ବଡ଼ ପରିବା ହୋଲସେଲ ମାର୍କେଟ କଟକ ଛତ୍ର ବଜାରରେ ୧୪୦ ଟଙ୍କା ଉପରେ ରହିଛି। ୨ ଦିନ ତଳେ ଛତ୍ରବଜାରରେ ପିଆଜ ୧୦୦ ଟଙ୍କା ଥିବାବେଳେ ଗୁରୁବାର ୧୪୦ ଟଙ୍କାରେ ପହଞ୍ଚିଛି। ଆମଦାନୀ ହ୍ରାସ ଯୋଗୁ ଷ୍ଟକ୍ ଥିବା ପିଆଜ ଦର ବୃଦ୍ଧି ପାଇଥିବା ଜଣାପଡିଛି। ପିଆଜ ଦର ଅହେତୁକ ବୃଦ୍ଧି ଯୋଗୁ ଖାଉଟି ଅସନ୍ତୋଷ ଦେଖିବାକୁ ମିଳିଛି। ଏଣେ ବେଲଗାମ ପିଆଜ ଦରକୁ ନେଇ ଅନେକ ଲୋକ ପିଆଜ ଖାଇବା ଛାଡି ଦେଇଥିବା ବେଳେ ସ୍ଥିତି ସ୍ବାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ବ୍ୟବସାୟୀ କହିଛନ୍ତି।
ରେକର୍ଡ ଭାଙ୍ଗିଲା ପିଆଜ ଦର: ଛତ୍ରବଜାରରେ ୧୪୦ ଛୁଇଁଲା

You Might Also Like
Leave a Comment
Leave a Comment
- Advertisement -