ଭାଜପାର ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ୱରରେ ଭାଜପା ପକ୍ଷରୁ ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଭାଜପାର ପ୍ରତିଶ୍ରୁତି :

#. ଚାଷୀ ଓ ମହିଳାଙ୍କ ପ୍ରତି ଗୁରୁତ୍ୱ।

#. ବିନା ସୁଧରେ ଚାଷୀଙ୍କୁ ଋଣ।

#. ଘର, ପାଣି, ସଡ଼କ ଏବଂ ବିଜୁଳି ବ୍ୟବସ୍ଥା କରାଯିବ।

#. ସବୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା।

#. ଓଡ଼ିଶା ଉପକୂଳରେ ୧୫ଟି ବନ୍ଦର ପ୍ରତିଷ୍ଠା।

#. ଜମିକୁ ଜଳସେଚନ।

#. ସରକାର ଗଢ଼ିବାର ୨ ବର୍ଷ ଭିତରେ ବେକାରୀଙ୍କୁ ଚାକିରି।

#. ରାଜ୍ୟର ସମସ୍ତ ପଛୁଆ ଅଞ୍ଚଳର ବିକାଶ ପ୍ରତି ଗୁରୁତ୍ୱ।

#. ଶିଳ୍ପ, ଉତ୍ତମ ଶିକ୍ଷା, କୌଶଳ ଏବଂ ରୋଜଗାର ଉପରେ ଗୁରୁତ୍ୱ।

#. ବନଧନର ଉଚିତ ମୂଲ୍ୟ, ଜମିର ଅଧିକାର, ଜନଜାତିଙ୍କ ଆଶା ପ୍ରତି ଗୁରୁତ୍ୱ।

#. ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓଡ଼ିଶାରେ ଲାଗୁ।

#. ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ।

#.ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଲାଗୁ।

#. ୨୦୨୨ ସୁଦ୍ଧା ପ୍ରତ୍ୟେକଙ୍କୁ ପକ୍କା ଘର ଯୋଗାଣ।

#.  ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ।

#. ଓଡ଼ିଶା ଭ୍ରଷ୍ଟାଚାର ଏବଂ ଗୁଣ୍ଡାଗର୍ଦ୍ଦି ମୁକ୍ତ ହେବ।

#. ସଂସ୍କୃତି ଏବଂ ପରମ୍ପରାକୁ ସର୍ବୋଚ୍ଚ ସମ୍ମାନ

#. ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବରେ ବିକଶିତ କରାଯିବ।

#. କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ ଚଳାଚଳ କରାଯିବ।

#. ଆଦିବାସୀମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ।

 

Share This Article
Leave a Comment