ଭୁବନେଶ୍ୱର: ଟ୍ରାଇର ଗ୍ରାହକ ଶୋଷଣ ନୀତି ବିରୋଧରେ ଆନ୍ଦୋଳନ ଜେର ଧରିଲା । ଟ୍ରାଇର ଏହି ନୂଆ ନିୟମ ବିରୋଧରେ ରାଜ୍ୟ ଲୋକାଲ କେବୁଲ ସଂଘ ତରଫରୁ ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଆଜି ବ୍ଲାକ ଆଉଟ୍ ଦିବସ ପାଳନ କରୁଛନ୍ତି । ଯାହା ଫଳରେ ରାଜ୍ୟ କେବୁଲ ଗ୍ରାହକମାନେ ୨୪ଘଣ୍ଟା ପାଇଁ ଟିଭି ଦେଖିବାରୁ ବଂଚିତ ହେବ । ଏହି ବିକ୍ଷୋଭ ସମାବେଶରେ କେନ୍ଦ୍ର ସରକାରଙ୍କ ଗ୍ରାହକ ତୋଷଣ ନୀତିକୁ ତ୍ରର୍ବ ସମାଲୋଚନା କରିଛି ସଂଗଠନ । ପୂର୍ବରୁ ବିମୁଦ୍ରିକରଣ ଓ ଜିଏସଟି ନିୟମ ଲାଗୁ କରି ସାଧାରଣ ଜନତାଙ୍କ ତଳିତଳାନ୍ତ ହୋଇଥିବା ଏବେ କେବୁଲ ଗ୍ରାହକମାନଙ୍କ ଉପରେ ଏପରି ବୋଝକୁ ସଂଘ ସମାଲୋଚନା କରିଛି । ପୂର୍ବରୁ କେବୁଲ ଉପରେ ସରକାର ୧୮% ଜିଏସଟି ଲାଗୁ କରିବା ଦ୍ୱାରା ମହଙ୍ଗା ହୋଇଛି ସେବା । ପୂର୍ବରୁ ଗ୍ରାହାକମାନେ ୨୦୦ରୁ ୨୫୦ ଟଙ୍କାରେ ୩୦୦ରୁ ଉର୍ଦ୍ଧ ଚ୍ୟାନେଲ ଦେଖୁଥିବା ବେଳେ ସରକାର ବଙ୍କେଇ ଟଙ୍କେଇ ଦେଢଗୁଣା ବଢାଇଛନ୍ତି । ତେବେ ଗ୍ରାହାକମାନଙ୍କୁ ସଂଘ ସଚେତନତା କରିବା ସହ ଆନ୍ଦୋଳନକୁ ତିବ୍ର କରିବା ନେଇ ସରକାରଙ୍କୁ ଚେତାବନୀ ଦେଇଛି ।
ଟ୍ରାଇର ଗ୍ରାହକ ଶୋଷଣ ନୀତି ବିରୋଧରେ ଆନ୍ଦୋଳନ ଜେର ଧରିଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- meloxicam for dogs on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
