ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକସ୍ଥିତ ନରେନ୍ଦ୍ର-କଲୁଙ୍ଗା ପୂର୍ତ୍ତ ବିଭାଗ ରାସ୍ତା ଏବେ ଡଳାୟତଙ୍କ କବଜାରେ । ଗତକାଲି ସେଠାକାର ଡକାୟତମାନେ ଏକ ଅମାନୁସିକ କାଣ୍ଡ କରିଛନ୍ତି । ସୂଚନା ଅନୁଯାଇ ଗତକାଲି ରାତିରେ ଏକ ଆମ୍ବୁଲାନ୍ସକୁ ମଧ୍ୟ ଡକାୟତମାନେ ଛାଡିଲେନି । ସେହି ଆମ୍ବୁଲାନ୍ସରେ ଏକ ପ୍ରସୂତି ଛଟପଟ ହେଉଥିଲେ ମଧ୍ୟ ଛାଡିଲେ ନାହିଁ । ରାତି ପ୍ରାୟ ୧୨ଟା ବେଳେ ଆମ୍ବୁଲାନ୍ସଟି ବେଣୁଆମ୍ ଅତିକ୍ରମ କରୁଥିବା ବେଳେ ରାସ୍ତାରେ ପଥର ପଡ଼ିଥିବା ଦେଖି ଚାଳକ ଗାଡି ଅଟକାଇଥିଲେ। ସେହି ଭିତରେ ଜଙ୍ଗଲ ଭିତରୁ ୪ ଜଣ ଡକାୟତ ବାହାରିଆସି ଆମ୍ବୁଲାନ୍ସ ଚାଳକ ଓ ରୋଗୀଙ୍କ ଆଟେଡାଣ୍ଟଙ୍କୁ ମାଡ଼ମାରି ଟଙ୍କା ମାଗିଥିଲେ। ଚାଳକଙ୍କ ଠାରୁ ଡକାୟତମାନେ ଆମ୍ବୁଲାନ୍ସ ଚାବି ଏବଂ ସେମାନଙ୍କ ପାଖରେ ଥିବା କିଛି ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏସବୁ ଚାଲିଥିବା ସମୟରେ ପ୍ରସବ ଯନ୍ତ୍ରଣା ବଢିବାରୁ ମହିଳା ଜଣକ ଆମ୍ବୁଲାନ୍ସ ଭିତରେ ବିକଳରେ ଚିତ୍କାର କରୁଥିଲେ ବି ଡକାୟତଙ୍କ ପଥର ହୃଦୟ ତରଳି ନ ଥିଲା। ସେମାନେ ଆମ୍ବୁଲାନ୍ସ ଚାବି ନେଇ ପଳାଇଥିଲେ। ସେମାନେ ପଳାଇବା ପରେ ବି ମୋବାଇଲ୍ ବିନା ତୁରନ୍ତ କାହାରିକୁ ଖବର ପଠାଇବା ସମ୍ଭବ ନ ଥିଲା। ତେଣୁ ଗର୍ଭବତୀଙ୍କୁ ଧରି ଆମ୍ବୁଲାନ୍ସ ସେହି ଜଙ୍ଗଲ ରାସ୍ତାରେ ପ୍ରାୟ ୪ ଘଣ୍ଟା ଅଟକି ରହିଲା। ମହିଳା ଜଣକ ଭୟଙ୍କର ଗର୍ଭ ଯନ୍ତ୍ରଣାରେ ଡହଳବିକଳ ହେଉଥିଲେ। ତେବେ ମହିଳାଙ୍କ ଚିତ୍କାର ଶୁଣି ନିକଟସ୍ଥ ଗ୍ରାମର କେତେଜଣ ଲୋକ ରାତି ପ୍ରାୟ ୪ଟା ବେଳେ ସେଠାରେ ପହଞ୍ଚି ବିରକେରାସ୍ଥିତ ୧୦୮ ଆମ୍ବୁଲାନ୍ସକୁ ଟେଲିଫୋନ୍ କରି ଡାକିଥିଲେ। ବିରକେରା ୧୦୮ ଗାଡି ମହିଳାଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ୍ ଯାଇଥିଲା।
ଲୁଟେରାଙ୍କ ଟାର୍ଗେଟରେ ଆମ୍ବୁଲାନ୍ସ !
Leave a Comment
Leave a Comment
- Advertisement -
Stay Connected
Comment
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
