ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ସ୍ୱାନ୍ ରିଗଲ ଆପାର୍ଟମେଣ୍ଟରେ ଜଣେ ବ୍ୟବସାୟୀଙ୍କ ଘରୁ ହୋଇଛି ଲୁଟ୍ । ବ୍ୟବସାୟୀକ ଜଣ ହେଲେ ଚନ୍ଦ୍ରଶେଖର ବୋଷ, ଆପାର୍ଟଣ୍ଟେଟର ‘ଏ’ ବ୍ଲକର ଫ୍ଲାଟ୍ ନଂ ୨୧୪ରେ ରୁହନ୍ତି । ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ୮ରୁ୯ ଜଣ ଯୁବକ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ ୬ଜଣ ତଳେ ରହିଥିଲେ ଏବଂ ଚନ୍ଦ୍ରଶେଖର ବୋଷଙ୍କଘର ନିକଟରେ ୩ଜଣ ପହଞ୍ଚି କବାଟ ବାଡେଇଥିଲେ । ଚନ୍ଦ୍ରଶେଖର କବାଟ ଖୋଲିବାରୁ ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍ ବ୍ରାଞ୍ଚରୁ ଆସିଛୁ କହି ଘର ଭିତରକୁ ଧସେଇ ପଶିଥିଲେ । ଘର ଯାଞ୍ଚ ହେବ କହି ସେମାନେ ଚାରିଆଡ଼େ ଜିନିଷ ଫୋପଡ଼ା ଫିଙ୍ଗା କରିଥିଲେ। ତେବେ ଜଣେ ଘର ଆଲମିରା ଚାବି ମାଗିବାରୁ ଚନ୍ଦ୍ରଶେଖର ଏସପିଙ୍କ ନିର୍ଦ୍ଦେଶ ଦେଖାଇବାକୁ କହିଥିଲେ। ଏତିକି ବେଳେ ଜଣେ ଯୁବକ ବନ୍ଧୁକ ଦେଖାଇ ଧମକାଇଥିଲେ। କହିଥିଲେ, ବେଶୀ ବକ୍ ବକ୍ ହେଲେ ଏନକାଉଣ୍ଟର କରିଦେବୁ। ବନ୍ଧୁକ ଦେଖି ଚନ୍ଦ୍ରଶେଖର ଓ ତାଙ୍କ ସହଯୋଗୀ ନିରବ ରହିବାରୁ ଦୁର୍ବୃତ୍ତମାନେ ଆଲମାରି ଖୋଲି ନଗତ ୧ ଲକ୍ଷ ୬୫ ହଜାର ଟଙ୍କା, ବ୍ୟାଙ୍କ ଏବଂ ସମସ୍ତ ଜରୁରୀ କାଗଜପତ୍ର ସହିତ କାର ମଧ୍ୟ ଲୁଟି ନେଇଥିଲେ।
ରାତିଅଧିଆ ଲୁଟ୍ !
Leave a Comment
Leave a Comment
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
