‘ପେଥାଇ’ ପ୍ରଭାବରେ ପ୍ରବଳ ଥଣ୍ଡା , ୩ ମୃତ!

Odisha Hot News
1 Min Read


ଭୁୁବନେଶ୍ୱର ; ସାମୁଦ୍ରିକ ଝଡ ‘ପେଥାଇ’ ର ପ୍ରଭାବରେ ରାଜ୍ୟରେ ବର୍ଷା ସହ ପ୍ରବଳ ଥଣ୍ଡା ଅନୂଭୁତ ହେଉଥିଲା । ବର୍ଷା ଛାଡିବା ପରେ ମଧ୍ୟ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ତେବେ ୨ଦିନ ହେବ ପ୍ରବଳ ଥଣ୍ଡା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସମ୍ବଲପୁରରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁର ରେ ଜଣେ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପରର ଅଇଁଠାପାଲି ଥାନା ରାନୀବନ୍ଧ ଗ୍ରାମର ଦିଲ୍ଲୀପ ଭୋଇ(୪୦) ଗତ ୧୬ ତାରିଖ ଦିନ ବିଳମ୍ବିତ ରାତିରେ ଘରୁ ବାହାରି ଆଉ ଫେରି ନଥିଲେ । ତେବେ ୧୭ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ କେହି ଜଣେ ବ୍ୟକ୍ତି ଫୋନ କରି ପତ୍ରା ଜଙ୍ଗଲ ଲାଲୁପଡ଼ା ରାସ୍ତା କଡ଼ରେ ଏକ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ସୂଚନା ଦେଇଥିଲେ ।ସେହିପରି,ବୁର୍ଲା ଜ୍ୟୋତିବିହାର ସମ୍ମୁଖରେ ଜାତୀୟ ରାଜପଥ ୫୩ କଡ଼ରେ କୌଣସି ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ନେଇ ସୂଚନା ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶୀତ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ ଆଶଙ୍କା କରୁଛି । ଅନ୍ୟପକ୍ଷରେ,ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକର ବାଣୁଆଗୁଡା ଗ୍ରାମର ଯମୁନା ହରିଜନ(୬୦) ପ୍ରବଳ ଥଣ୍ଡା ଯୋଗୁ ପ୍ରାଣ ହରାଇଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି ।

Share This Article
Leave a Comment