କଳିଙ୍ଗ ପୁସ୍ତକ ମେଳାରେ ଅହମଦିୟା ମୁସଲିମ ବୁକ୍ ଷ୍ଟଲ୍‌

Odisha Hot News
1 Min Read

[ad_1]

ଭୁବନେଶ୍ବର: ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଲାଗି ରହିଛି ୨୫ ତମ କଳିଙ୍ଗ ପୁସ୍ତକ ମେଳା । ଏହି ପୁସ୍ତକ ମେଳାରେ ୧୦୦ରୁ ଊର୍ଦ୍ଧ୍ବ ବୁକ୍ ଷ୍ଟଲ ଲାଗିଥିବା ବେଳେ ପିଲାମାନଙ୍କ ପାଇଁ ଭଲ ଭଲ ଶିକ୍ଷଣିୟ ପୁସ୍ତକ ତଥା ଅହମଦିୟା ମୁସଲିମ ସଂଗଠନର ପ୍ରକାଶନୀ ତରଫରୁ ଆଧ୍ୟାତ୍ମିକବାଦ ଓ ବିଶ୍ବଶାନ୍ତି ସ୍ଥାପନା ସଂବନ୍ଧୀୟ ଅନେକ ଅମୂଲ୍ୟ ପୁସ୍ତକର ବହୁତ ଚାହିଦା ରହିଛି । ଏତଦ୍ ବ୍ୟତୀତ ଅହମଦିୟା ମୁସଲିମ ବୁକ୍ ଷ୍ଟଲ ତରଫରୁ ପବିତ୍ର କୋରାନର ଏକ ପ୍ରଦର୍ଶନୀ ଲଗାଯାଇଛି । ଯେଉଁଥିରେ ୨୫ ରୁ ଊର୍ଦ୍ଧ୍ବ ବିଭିନ୍ନ ଭାଷାରେ ଅନୁବାଦିତ ପବିତ୍ର କୋରାନ ପ୍ରଦର୍ଶୀତ କରାଯାଇଛି । କରୁଣାକାଳର ଦୁଇ ବର୍ଷ ଅନ୍ତରାଳ ପରେ ରାଜଧାନୀରେ ଏହା ପ୍ରଥମ ପୁସ୍ତକମେଳା । ଧାର୍ମୀକ ବୁକ୍ ଷ୍ଟଲରେ ପାଠକ ଓ ପାଠିକାଙ୍କର ଅଧିକ ଭିଡ ଜମିବାର ଦେଖାଯାଉଛି ।

[ad_2]

Source link

Share This Article