ବଧୂହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗଣଧାରଣା

Odisha Hot News
2 Min Read

[ad_1]

ଭଦ୍ରକ: ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ତାଳପଦା ଗ୍ରାମ ବଧୂହତ୍ୟା ଘଟଣାରେ ସ୍ଥାନୀୟ ଥାନା ପୁଲିସ୍ କେତେକ ମୁଦାଲାଙ୍କୁ ଗିରଫ ନକରିବା ପ୍ରତିବାଦରେ ଆଜି ବଧୂର ବାପଘର ଓ ପ୍ରଗତିଶୀଳ ମହିଳା ମଂଚ ପକ୍ଷରୁ ପୂର୍ବ ଘୋଷିତ ଚେତାବନୀ ଅନୁସାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ତେବେ ଏହି ଗଣଧାରଣା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଯତିନ ପଣ୍ଡାଙ୍କ ଉଦ୍ୟମରେ ଆଜି ଅନ୍ୟଜଣେ ମୁଦାଲାଙ୍କୁ ଗିରଫ କରାଯିବା ସହ ଅନ୍ୟମାନଙ୍କ ବୟାନ ରେକର୍ଡ କରାଯିବାର ପ୍ରତିଶ୍ରୁତି ପରେ ଏହି ଗଣଧାରଣା ସନ୍ଧ୍ୟାପରେ ପ୍ରତ୍ୟାହୃତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ଥାନା ଅଧୀନସ୍ଥ ଜୟପୁର ଗ୍ରାମନିବାସୀ ଅଜିତ୍ କୁମାର ନାୟକଙ୍କ ପତ୍ନୀ ଶକୁନ୍ତଳା ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଳପଦା ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁତ୍ର ବିଜୟ ସହ ତାଙ୍କ କନ୍ୟା ମୋନାଲିସାର ବୈଦିକ ମତେ ବିବାହ କରାଇଥିଲେ । ମାତ୍ର ବିବାହ ପରେ ଅଧିକ ଯୌତୁକ ଦାବି କରି ତାର ଶ୍ୱଶୁରଘର ଲୋକେ ମୋନାଲିସା ପ୍ରତି ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଇତିମଧ୍ୟରେ ଗତ ଜୁନ୍ ୨୯ ତାରିଖରେ ତାର ସ୍ୱାମୀ ଓ ପରିବାର ଲୋକେ ସେହି ଯୌତୁକ ଦାବିରେ ତାକୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଏ ସଂପର୍କରେ ସେହିଦିନ ତିହିଡି ଥାନାରେ ଅଭିଯୋଗ ପତ୍ର ଦାଖଲ ହୋଇଥିଲେ ମଧ୍ୟ ପୁଲିସ୍ କେବଳ ଦୁଇଜଣ ମୁଦାଲାଙ୍କୁ ଗିରଫ କରି ନିଷ୍କ୍ରିୟ ହୋଇ ବସିରହିଥିଲେ । ଏଣୁ ଅନ୍ୟ ଅଭିଯୁକ୍ତମାନଙ୍କ ଗିରଫ ଦାବିରେ କନ୍ୟାଘର ପକ୍ଷରୁ ମା’ ଶକୁନ୍ତଳା ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦୁଇ ଦୁଇ ଥର ଭେଟିବା ପରେ ମଧ୍ୟ ଅନ୍ୟ ମୁଦାଲାଙ୍କୁ ଗିରଫ କରାନଯିବାରୁ ଆଜି ଗଣଧାରଣା ଦେବାର ଚେତାବନୀ ଦେଇଥିଲେ । ଏବଂ ଆଜି ପ୍ରଗତିଶୀଳ ମହିଳା ମଂଚର ସହାୟତାରେ ଗଣଧାରଣାରେ ବସିଥିଲେ ।

[ad_2]

Source link

Share This Article