ସଦ୍‌ଭାବନା ସଂସଦର ସର୍ବଧର୍ମ ସଭା – Fast News Network

Odisha Hot News
1 Min Read

[ad_1]

ଭୁବନେଶ୍ବର: ଜୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଜମିଏତ୍‌-ଉଲମା ଏ-ହିନ୍ଦୁ, ଓଡ଼ିଶା ଶାଖାର ଆହ୍ବାନକ୍ରମେ ଅନୁଷ୍ଠିତ ସଦ୍‌ଭାବନା ସଂସଦର ସର୍ବଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ, ରାମକୃଷ୍ଣ ମିଶନର ସ୍ବାମୀ ଅଭୟାନନ୍ଦ, ସତ୍ୟନଗର କ୍ୟାଥଲିକ୍ ଚର୍ଚ୍ଚର ଫାଦର ଡଃ ଅଜୟ ସଭାସୁନ୍ଦର, ଯୋରନ୍ଦାସ୍ଥିତ ଅଲେଖ ସମାଜର ବାବା ନଟବର ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ମୁସଲିମ୍‌ ଧର୍ମୀୟ ବକ୍ତା ମୁଫ୍‌ତି ଅବଦୁର ରହମାନ୍‌, ମୁଫ୍‌ତି ନକିବୁଲ୍‌ ଅମିନ୍‌ ବର୍‌କି, ମୁଫ୍‌ତି ଅବ୍‌ରାର, ମହମ୍ମଦ କୁଦରତ୍‌, ଡଃ ମଞ୍ଜୁର କଂଗ୍ରେସ ନେତା ମହମ୍ମଦ ଅଲ୍ଲୀ, ବିଞ୍ଝାରପୁରସ୍ଥିତ ବରୁଣେଶ୍ବର କଲେଜର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ପ୍ରମୁଖ ଭାଗ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ସମସ୍ତ ବକ୍ତା ଭାଇଚାରା ସୃଷ୍ଟି କରିବା, ସ୍ନେହ ଓ ପ୍ରେମର ସହିତ ସବୁ ଧର୍ମବଲମ୍ବୀ କିପରି ଚଳିବେ ଏବଂ ଏଭଳି ସଭା ଏ ଦିଗରେ ଏକ ଉତ୍ତମ ପଦକ୍ଷେପ ବୋଲି କହିଥିଲେ। ଜମିଏଲ୍‌ ଉଲ୍‌ମା ଏ ହିନ୍ଦ୍‌, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଆକ୍ରମ ତକି ଧର୍ମ ସଂସଦକୁ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ସମାଜସେବୀ ଶେଖ୍‌ ଅବଦୁଲ ୱାଲି।

[ad_2]

Source link

Share This Article