ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ

Odisha Hot News
1 Min Read

ପୁରୀ: ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରଠାରେ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି । ପ୍ରଫେସର କର ଗତକାଲି ୮୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସ୍ବର୍ଗତ କର ଜଣେ ବାଗ୍ନୀ, ପ୍ରବଚକ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ ଓ ନାଟ୍ୟକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ନଗର ଉନ୍ନୟନ ମନ୍ତ୍ରୀ ପ୍ରତ‍ାପ ଜେନ‍ା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୁରୀ ସ୍ବର୍ଗଦ୍ବାରଠାରେ କନିଷ୍ଠ ପୁତ୍ର ରାଜୀବ କର, ବଡ଼ ବୋହୂ ନିବେଦିତା କର, ସାନ ବୋହୁ ଗୀତା କର, ଝିଅ ସାଗରିକା ପ୍ରହରାଜ, ସମ୍ବିତା କର, ଜ୍ବାଇଁ ମନମୋହନ ପ୍ରହରାଜ, ଭୁବନେଶ୍ବର ମହାପାତ୍ର, ନାତି ଅଂଶୁମାନ କର, ସୁମନ କର, ପ୍ରଦୀପ କର, ନାତୁଣୀ ବୋହୂ ଦେବସ୍ମିତା କର ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ଅନେକ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟ ଓ ସଂସ୍କୃତିପ୍ରେମୀ ଶେଷ ଦର୍ଶନ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Share This Article