Iihm ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଆୟୋଜିତ – Fast News Network

Odisha Hot News
2 Min Read

କେନ୍ଦ୍ରାପଡ଼ା: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜନ୍ମଦିନ ଉପଲକ୍ଷେ international Institute of Hospitality and management ତରଫରୁ ବିଜୁ ପଟ୍ଟନାୟକ ମିନି ମାରାଥନ 2020 ଆନୁଷ୍ଠିତ କରାଯାଇଥିଲା। ଏହି ମାରାଥନ ରେ youth sports Academy, biju patnaik sports Academy ଓ ସଉକତ ଖାନ ସ୍ପୋର୍ଟ୍ସ ସ୍କୁଲ ଓ ଅନ୍ୟ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଯୋଗଥିଲେ। ଗରାପୁର କଲେକ୍ଟର residents ରୁ ମାରାଥନ ବାହାରି କେନ୍ଦ୍ରାପଡ଼ା boys ହାଇସ୍କୁଲ ଗ୍ରୋଉଣ୍ଡରେ ଶେଷ ହୋଇଥିଲା।
ଏହି ମାରାଥନ ରେ boys ଗ୍ରୁପରେ ପ୍ରଥମ ଆବୁ ଜାଲାଲ ଦୃତୀୟ ମୋଜାହିଦ ଖାନ ତୃତୀୟ ଶୁଭଶ୍ରୀ ମହାରଣା ବାଳିକା ମଧ୍ୟରେ ପ୍ରଥମ ରାବୟା ଫିରଦୌସ ଦୃତୀୟ ପୁନମ ସାହୁ ତୃତୀୟ ସ୍ଥାନ ଅଧିକାରୀ କରିଛନ୍ତି। 5 ବର୍ଷରୁ କମ ମଧ୍ୟରେ ସୁଲତାନ ବେଗମ ଓ ସାହାଦତ୍ତ ଖାନ ଓ ରିପଲିକା ଲାକ୍ରା ପ୍ରଥମ ଓ ଦୃତୀୟ ସ୍ଥାନ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ ଏକାଡେମିକ୍‌ ଓ ସଉକତ ଖାନ ସ୍ପୋର୍ଟ୍ସ ସ୍କୁଲ ଆୟୋଜିତ କରୁଥଲେ । କିପରି କେନ୍ଦ୍ରାପଡ଼ାରେ କ୍ରୀଡ଼ାର ବିକାଶ କରାଯିବ, କିପରି ଜିଲ୍ଲାର ଛାତ୍ରଛାତ୍ରୀମାନେ ଏହି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଏହା କୁ ଦୃଷ୍ଟିରେ ରଖି ଏକାଡେମୀ ଏହି କାର୍ଯ୍ୟକ୍ରମ କରୁଛି।
କ୍ରୀଡ଼ାବିତ୍‌ମାନଙ୍କୁ ବିନା ମୂଲ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକାଡେମୀର ଅଧ୍ୟକ୍ଷ ମହମ୍ମଦ ଆମିର ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପଦ୍ମନାଭ ସାହୁ, ପୂର୍ବତନ ଫୂଟବଲ ଖେଳାଳି ସେକ୍‌ ଲିୟାକତ୍‌, ଜାତୀୟ, ଜାତୀୟ କୋଚ୍‌ ଏସ୍‌କେ ସୌକତ୍‌, iihm ପ୍ରିନସିପାଲ enamul ହକ,ଫୁଟବଲ କ୍ରୀଡାବିତ୍ ସେକ୍‌ ନିଜ୍ଜାମୁଦିନ୍‌ (ପପୁ), ଅବଦୁଲ୍‌ ମାର୍ଟିନ୍‌, ସେକ୍‌ ଉମ୍‌ରାନ୍‌, କୃଷ୍ଣଚନ୍ଦ୍ର ବେହେରା, ସେକ୍‌ ଏହେସାନ୍‌, ଏ ଖାନ୍‌, ଆଜ୍ଜାରୁଦିନ୍‌ ଖାନ୍‌, କ୍ରୀତବିତ ଅବଦୁଲ ମତିନ,ରଶ୍ମିରଞ୍ଜନ ସାହୁ,ସେକ ଅହେସନ, ଅବରାର ଖାନ,ଆବୁ ଜାଲାଲ,ସେକ ଆସଲାମ ଏବଂ ଖାଜା ରମ୍‌ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

Share This Article