ଶେଷରେ ଖାର୍କିଭ ଛାଡିଲେ ଛାତ୍ରଛାତ୍ରୀ

Odisha Hot News
1 Min Read

ରାଉରକେଲା: ୟୁକ୍ରେନର ଖାର୍କୀଭ ସହରରୁ ହଙ୍ଗେରୀ ସୀମା ଅଭିମୁଖେ ବାହାରିଲେ ସେଠାରେ ଫସି ରହିଥିବା ୧୦୦୦ ରୁ ଉର୍ଦ୍ଧ୍ୱ ଭାରତୀୟ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁନ୍ଦରଗଡର ୧୦ରୁ ଅଧିକ ତଥା ପ୍ରାୟ ୩ ଶହ ଓଡ଼ିଆ ଛାତ୍ରଛାତ୍ରୀ। ଭାରତୀୟ ଦୂତାବାସ ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ପ୍ରାୟ ୮ କିମି ରାସ୍ତା ପାଦରେ ଚଲାଇ ନିଆଯିବାପରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ନିଆଯାଉଛି।
ପ୍ରାୟ ୧୫/୧୬ ଘଣ୍ଟା ପରେ ଟ୍ରେନ ଗୋଟିଏ ଷ୍ଟେସନରେ ପହଁଚିବା ପରେ ସେଠାରୁ ପୁଣି ଆଉ ଏକ ଟ୍ରେନ ରେ ସୀମାନ୍ତରେ ପହଞ୍ଚିବେ।ଆଜି ସକାଳ ପ୍ରାୟ ୬ ଟାରୁ ସେମାନେ ନିଜ ନିଜ ବଙ୍କରରୁ ବାହାରି ରେଳ ଷ୍ଟେସନରେ ପହଞ୍ଚି ବର୍ତମାନ ଟ୍ରେନରେ ଯାତ୍ରା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ପ୍ରୀତମ ମହାନ୍ତ। ଅପରପକ୍ଷରେ ପ୍ରତ୍ୟାବର୍ତ୍ତନ ଖବର ଶୁଣି ପୁଅଝିଅଙ୍କ ଫେରିବା ପଥକୁ ଚାହିଁବସିଥିବା ପିତା-ମାତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।
Share on: WhatsApp

Share This Article