ଟ୍ରେନ୍‌ରୁ ମୋବାଇଲ୍‌ ଚୋରି ଅଭିଯୋଗରେ ଜଣେ ଗିରଫ, ୬୩ ମୋବାଇଲ ଜବତ

Odisha Hot News
1 Min Read

ଜଟଣୀ: ଚେନ୍ନାଇ-ହାୱଡ଼ା ମେଲ୍‌ରୁ ମୋବାଇଲ୍‌ ଚୋରି କରୁଥିବା ଅଭିଯୋଗରେ ଆରପିଏଫ୍‌ର ଏକ ଟିମ୍‌ ଜଣେ ଚୋରକୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ବାଲୁଗାଁ ବାଣପୁର ଅଞ୍ଚଳର ଜଗନ୍ନାଥ ପଣ୍ଡା ବୋଲି ଜଣାପଡ଼ିଛି। ପୋଲିସ୍‌ ତା ନିକଟରୁ ୬୩ଟି ଚୋରି ମୋବାଇଲ୍‌ ଜବତ କରିଥିବା ବେଳେ ସେ ଗତ ୩ ବର୍ଷ ଧରି ଟ୍ରେନ୍‌ରୁ ମୋବାଇଲ୍‌ ଚୋରି କରୁଥିବା ପୋଲିସ୍‌ ନିକଟରେ ସ୍ବୀକାର କରିଛି। ଦୀର୍ଘ 3 ବର୍ଷ ଧରି ଏ ନେଇ ଖୋର୍ଦ୍ଧାରୋଡ଼ ଜିଆରପି ଥାନାରେ ଯାତ୍ରୀଙ୍କ ଦ୍ୱାରା ମୋବାଇଲ ଚୋରି ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଚୋରକୁ ଧରିବାରେ ତତ୍ପରତା ନ ଦେଖେଇବାରୁ ଜଣେ ବ୍ୟକ୍ତି ଏତେ ଦିନ ଧରି ଏତେ ଗୁଡ଼ାଏ ମୋବାଇଲ ଚୋରି କରିବାରେ ସକ୍ଷମ ହେଇପାରିଛି,ଏଥିରୁ ପୋଲିସ୍‌ରର ତତ୍ପରତା କେତେ ସ୍ପଷ୍ଟ ବାରି ହୋଇପଡ଼ୁଛି।

Share This Article