ଭୁବନେଶ୍ବର: ଗତ ୧୬ ତାରିଖ ଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି। ଏହାରି ମଧ୍ୟରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଛି। କିନ୍ତୁ ଭୋଟ ଗ୍ରହଣ ସମୟରେ କିଛି ବୁଥ୍ରେ ବିଭ୍ରାଟ କାରଣରୁ ମତଦାନ ଶାନ୍ତିଶୃଙ୍ଖଳାର ସହିତ ପରିଚାଳିତ ହୋଇପାରି ନାହିଁ। ତେଣୁ ଆସନ୍ତା ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୪୫ଟି ବୁଥ୍ରେ ସାନି ମତଦାନ ହେବ। ଫେବ୍ରୁଆରି ୨୩ ସକାଳ ୯ଟାରୁ ୩ଟା ପର୍ଯ୍ୟନ୍ତ ଏହି ମତଦାନ ହେବ। ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍ରେ ଭୋଟ ଗ୍ରହଣ କରାଯାଇ ପାରି ନଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ୧୮ ତାରିଖ ଦିନ ୨୦ଟି ବୁଥ୍ରେ ଭୋଟିଂ ହୋଇପାରି ନଥିଲା। ତେଣୁ ଭୋଟିଂ ହୋଇପାରି ନଥିବା ୪୫ଟି ବୁଥ୍ରେ ଫେବ୍ରୁଆରି ୨୩ ତାରିଖରେ ମତଦାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଭଦ୍ରକ, ଯାଜପୁର, ପୁରୀ ଓ ଢେଙ୍କାନାଳ ଜିଲ୍ଲାର ୨୫ଟି ବୁଥ୍ରେ ମତଦାନ ହୋଇପାରି ନଥିଲା ଅଥିବା ବିଭ୍ରାଟ ଦେଖାଯାଇଥିଲା। ସେହିପରି ୨ୟ ପର୍ଯ୍ୟାୟରେ ମଧ୍ୟ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର କିଛି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ବେଳେ ବିଶୃଙ୍ଖଳା ଦେଖାଯାଇଥିଲା।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଲକ୍ର ୪ଟି, ବନ୍ତ ବ୍ଲକ୍ରଗୋଟିଏ, ଢେଙ୍କାନାଳ ଜିଲ୍ଲ ଗନ୍ଦିଆ ବ୍ଲକ୍ର ୪ଟି, ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ର ୯ଟି, ଧର୍ମଶାଳା ବ୍ଲକ୍ର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକ୍ର ୩ଟି ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବା ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ୍ର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ଗୋଟିଏ, ଶୁଳିଆପଦା ବ୍ଲକ୍ର ଦୁଇଟି ସ୍ଥାନରେ ପୁନଃଭୋଟଗ୍ରହଣ କରାଯିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତିା
୪୫ଟି ବୁଥ୍ରେ ଆସନ୍ତା ୨୩ରେ ହେବ ସାନି ମତଦାନ – Fast News Network

Comment