ଭଦ୍ରକ:ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ପଂଚାୟତରେ ନିର୍ବାଚନ ମାହୋଲ ଏବେ ସରଗରମ ହେବାରେ ଲାଗିଛି । ଉକ୍ତ ପଂଚାୟତର ବିଜେପି ଓ ବିଜେଡ଼ି ମଧ୍ୟରେ କଢା ଟକ୍କର ହେଉଥିବାବେଳେ ବିଜେଡ଼ିର ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ସହିତ ଗାଁ ଗାଁରେ ବୁଲି ଭୋଟ ଭୀକ୍ଷା କରୁଛନ୍ତି । ଆଜି କୋଠାର ସ୍ଥିତ ବାଇପାସ ପଡ଼ିଆ ଠାରେ ପଂଚାୟତ ବିଜେଡ଼ିପକ୍ଷରୁ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ପଂଚାୟତ ସଭାପତି ପ୍ରଭାତ କୁମାର ଦାସ ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସମିତିସଭ୍ୟ ହିମାଦ୍ରି ଦାସ ସଭା ସଂଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡ଼ିନେତା ତଥା ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସହିତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଳେ ।
ଆଗାମୀ ୫ବର୍ଷ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟଦେଇ ଏକ ମଜବୁତ୍ ସରକାର ଗଠନ ସହିତ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବରିଷ୍ଠବିଜେଡ଼ି ନେତା ପ୍ରଭାତ କୁମାର ଜେନା, ଧୂଷୁରୀ ୧୩ନମ୍ବର ଜୋନ୍ର ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରଦୀପ କୁମାର ମଲ୍ଲିକ, ପୂର୍ବତନ ସରପଂଚ ବିଜୟ କୁମାର ମିଶ୍ର, ସରପଂଚ ପ୍ରାର୍ôଥନୀ ସୁମିତ୍ରା ଦାସ, ସମିତିସଭ୍ୟ ପ୍ରାର୍ôଥନୀ ସନ୍ଧ୍ୟାରାଣୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଉପସ୍ଥିତ କର୍ମୀମାନଙ୍କୁ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ସହିତ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ ।
କୋଠାରରେ ବିଜେଡ଼ିର ନିର୍ବାଚନୀ ସମାବେଶ – Fast News Network

Comment