ଯାତ୍ରା କଳାକାରଙ୍କ ଦାବି ନଶୁଣିଲେ ଲୋୟର ପିଏମ୍‌ଜିରେ କରିବେ ବିକ୍ଷୋଭ ପ୍ରଦର୍ଶନ

Odisha Hot News
1 Min Read

ଭୁବନେଶ୍ୱର : କରୋନା ମହାମାରୀ ଭିତରେ ଦୀର୍ଘ ୧୧ମାସ ହେବ ବନ୍ଦ ରହିଛି ଯାତ୍ରା ପରିବେଷଣ । ଅତି କମରେ ୨ ହଜାର ଦର୍ଶକ ଥାଇ ଯାତ୍ରା କରିବା ପାଇଁ ଅନୁମତି ଦେବା ପାଇଁ ଦାବି କରିଛନ୍ତି ଯାତ୍ରା କଳାକାର । ଏନେଇ ଭୁବନେଶ୍ୱର ଲୋୟର ପିଏମଜିରେ ୩ ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି କଳାକାର ବୃନ୍ଦ । ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳୁନାହିଁ । ତେଣୁ କଳାକାର ବଞ୍ଚିବେ କେମିତି ବୋଲି କହିଛି ସଂଘ । ସାରା ରାଜ୍ୟରେ ୩ ଲକ୍ଷ ଯାତ୍ରା କଳାକାର ସଙ୍କଟରେ ଅଛନ୍ତି ।
ଏନେଇ ସରକାରଙ୍କ ସହ ଆଲୋଚନା କରାଯାଉଛି। ଆଲୋଚନାରୁ ସମାଧାନର ବାଟ ନବାହାରିଲେ ଆସନ୍ତାକାଲି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଯାତ୍ରା କଳାକାର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳୁଛି, ତେବେ ଓଡ଼ିଶାରେ ଯାତ୍ରା ପାଇଁ କାହିଁକି ଅନୁମତି ନାହିଁ ବୋଲି ପ୍ରଶ୍ନ କରିଛି ସଂଘ ।

Share This Article