ବର୍ଷା-ଅନୁଭବ ମାମଲା: SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି

Odisha Hot News
1 Min Read

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ମାମଲାରେ କଟକ SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ମାମଲାରେ କୋର୍ଟରେ ସେ କୋର୍ଟରେ ହାଜର ହୋଇଛନ୍ତି। ପତ୍ନୀ ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ କୋର୍ଟରେ ସେ ହାଜର ହୋଇଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି। ସେପଟେ ପାରିବାରିକ କଳହକୁ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ଗତ ଡିସେମ୍ବର ୯ ତାରିଖରେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସୋସିଆଲ୍‌ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ଓ କୁମନ୍ତବ୍ୟକୁ ନେଇ ପୁରୀଘାଟ ଥାନାରେ  ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବର୍ଷା ଥାନାରେ ଅଭିଯୋଗ କରିଥିଲେ।

Share This Article