Home ରାଜ୍ୟ ଚାଲି ଚାଲି କୋଲକାତାରୁ ଓଡିଶା ଆସୁଥିବା ବେଳେ ଚାଲିଗଲା ଜୀବନ

ଚାଲି ଚାଲି କୋଲକାତାରୁ ଓଡିଶା ଆସୁଥିବା ବେଳେ ଚାଲିଗଲା ଜୀବନ

ଜଳେଶ୍ୱର: ଜୀବନ ବି ଏମିତି ଚାଲିଯାଏ। ପ୍ରବାସରୁ ଚାଲିଚାଲି ଘରକୁ ଫେରୁଥିଲେ । କିନ୍ତୁ ପହଞ୍ଚି ପାରିଲେ ନାହିଁ। ବାଟରେ ଚାଲୁଚାଲୁ ଟଳିପଡ଼ିଲେ ଶ୍ରମିକ। ଏପରି ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱରରୁ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ଏଭଳି ଦୟନୀୟ ସ୍ଥିତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ  ଘର ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଟିକରପଡ଼ାରେ ବୋଲି ଜଣାପଡ଼ିଛି।