Home ରାଜ୍ୟ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ଭୁବନେଶ୍ବରରୁ ୪ଜଣ କରୋନା ପଜିଟିଭ ଚିହ୍ନଟ । ଆଜି ଓଡିଶାରୁ ଚିହ୍ନଟ ହୋଇଥିବା ୧୪୬ ପଜିଟିଭଙ୍କ ମଧ୍ୟରୁ ଭୁବନେଶ୍ବରରୁ ୪ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଯୁବକ, ଜଣେ ମହିଳା ଅଛନ୍ତି । ଜଣେ ଚନ୍ଦ୍ରଶେଖରପୁରର, ଜଣେ ଡୁମୁଡୁମାର ଓ ୨ ଜଣ ପଟିଆରୁ ଚିହ୍ନଟ ।  ଚନ୍ଦ୍ରଶେଖରପୁରର ଆକ୍ରାନ୍ତ ୨୮ ବର୍ଷୀୟ ଯୁବକ, ସେ ହାଇଦ୍ରାବାଦ ଫେରନ୍ତା । ଡୁମୁଡୁମାର ଆକ୍ରାନ୍ତ ୨୯ ବର୍ଷୀୟ ଯୁବକ, ଦିଲ୍ଲୀ ଫେରନ୍ତା ।

ପଟିଆର ଗୋଟିଏ ପରିବାରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୪ ବର୍ଷୀୟ ପୁରୁଷ, ଜଣେ ୨୬ ବର୍ଷୀୟ ମହିଳା । ଉଭୟ ଦିଲ୍ଲୀରୁ ଫେରିବା ପରେ ହୋମ୍ କ୍ବାରାଣ୍ଟାଇନରେ ଥିଲେ  । ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍ କ୍ବାରାଣ୍ଟାଇନରେ ଥିଲେ । ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ଏବେ ୩୭ ଆକ୍ଟିଭ କେସ ରହିଛି । ସୁସ୍ଥ ହେଲେଣି ୫୩ ଆକ୍ରାନ୍ତ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।