Home ରାଜ୍ୟ ରାଜ୍ୟରେ ଖୁବ ଶୀଘ୍ର ବସ୍ ଚଳାଚଳ ହେବ : ପରିବହନ ମନ୍ତ୍ରୀ

ରାଜ୍ୟରେ ଖୁବ ଶୀଘ୍ର ବସ୍ ଚଳାଚଳ ହେବ : ପରିବହନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଘ୍ର ବସ୍ ଚଳାଚଳ ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ରାଜ୍ୟରେ ବସ ସେବାକୁ ପୂର୍ବ ଭଳି ସ୍ବାଭାବିକ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି କୋଳହ ହୋଇଛି । ଏବେ ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି ।
ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ ସେଥିନେଇ ଆଜି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେହି କାମ ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଅତି ଶୀଘ୍ର ରାଜ୍ୟ ଭିତରେ ଗାଡ଼ି ଚଳାଚଳ କରିବା ସହ ରାଜ୍ୟ ଓ ରାଜ୍ୟ ଭିତରେ ଗାଡ଼ି ଚଳାଚଳ ଆରମ୍ଭ ହେବ । ତେବେ ୫୦ ପ୍ରତିଶତ ଯାତ୍ରୀରେ ହିଁ ଗାଡ଼ି ଚାଲିବ ବୋଲି ମଧ୍ୟ ସ୍ପଷ୍ଟ କରିଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନୀତିରେ କୌଣସି ପରିବର୍ତ୍ତନ ହେବନାହିଁ । ମହାମାରୀ ଆଶଙ୍କା ଭିତରେ ପରିବହନ ବିଭାଗ ସଜାଗ ରହିଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।