Home ରାଜ୍ୟ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି: ଶଳା ଓ ଭିଣୋଇଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି: ଶଳା ଓ ଭିଣୋଇଙ୍କ ମୃତ୍ୟୁ

ନୂଆପଡା : ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ । ଘଟଣାସ୍ଥଳରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ରାତିରେ ଏକ ବିବାହ ଭୋଜିରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଥାନା ଟିମନପୁର ପାଖ ଫୋର୍ ୱେ ଉପରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ରାତିରେ ଏକ ବିବାହ ଭୋଜିରୁ ନିଜ ଘର ରାଜପୁରକୁ ଫେରୁଥିଲେ । ଶନିବାର ରାତିରେ ସିନାପାଲି ସ୍ଥିତ ହଳଦିମୁଣ୍ଡା ଗାଁକୁ ବରାତି ଯାଇ ନିଜ ଘର ବୋଡେନ ଥାନା ରାଜପୁର ଓ ଟିମନପୁର ଫେରୁଥିଲେ ।

ଏହି ସମୟରେ ଫୋର୍ ୱେର ଟିମନପୁର ପାଖରେ ରାସ୍ତା ଉପରେ କେହି ଦୁର୍ବୃତ୍ତ ବଡ ବଡ ପଥର ରଖି ଦେଇଥିବା ବେଳେ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା । ମୃତକ ବୋଡେନ ଥାନା ଅଞ୍ଚଳର ଜଣେ ତେନ୍ତୁଳିପଡାର ୨୫ ବର୍ଷ ବୟସ୍କ କଲ୍ୟାଣ ନାଗ ଏବଂ ଅନ୍ୟ ଜଣେ ରାଜପୁରର ୧୮ ବର୍ଷ ବୟସ୍କ ଲକ୍ଷ୍ମଣ ବାଗ ।

ବିଳମ୍ବିତ ରାତିରେ ଖବର ପାଇ ସିନାପାଲି ପୋଲିସ ଓ ସିନାପାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୧୦୮ ଯୋଗେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ବୋଡେନ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଗାଡିର ଡ୍ରାଇଭର ଶୁଶିଲ ଧରୁଆଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos