Home ରାଜ୍ୟ ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ...

ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ ।

ପୁରୀ: ଗୁଣ୍ଡିଚାବାଡିରେ ଲାଗିଛି ତିନି ରଥ । ମହାପ୍ରଭୁ କେତେବେଳେ ବିଜେ କରିବେ ଜନ୍ମବେଦୀକୁ ସମସ୍ତେ ଅପେକ୍ଷା କରିଛନ୍ତି । ୯ ଦିନିଆ ରଥଯାତ୍ରାରେ ବାହାରି ଜଗତ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଆସିବା ପରେ ଚଳଚଂଚଳ ହୋଇଉଠିଛି ଜନ୍ମବେଦୀ । ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି କରୋନା କଟକଣା ମଧ୍ୟରେ ଚତୁର୍ଧାମୂର୍ତି ରଥରୁ ପହଁଣ୍ଡିରେ ଜନ୍ମବେଦୀ ବା ଆଡପମଣ୍ଡପକୁ ବିଜେ କରିବେ ।

ଏହାପରେ ହୋଇଥାଏ ଆଡପଦର୍ଶନ । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି । ଏବେ ଜନ୍ମବେଦୀରେ ବିନା ଭକ୍ତରେ ଠାକୁର ୯ ଦିନ ଦର୍ଶନ ଦେବେ । ତେବେ କରୋନା କଟକଣା କାରଣରୁ ଏହାକୁ ମଧ୍ୟ ବନ୍ଦ ରଖାଯାଇଛି । ଅନ୍ୟପଟେ ପୁରୀକୁ ଭକ୍ତଙ୍କୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି । ଏ ନେଇ ଟ୍ୱିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ବର୍ତ୍ତମାନ ପୁରୀର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଥିବାରୁ ଭକ୍ତଙ୍କୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜିପି ।