Home ରାଜ୍ୟ ଲକ୍‌ଡାଉନ୍‌ରେ ପୋଲିସ୍ କମିଶନରଙ୍କ କଡା ନିର୍ଦ୍ଦେଶ , ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ, ନଚେତ...

ଲକ୍‌ଡାଉନ୍‌ରେ ପୋଲିସ୍ କମିଶନରଙ୍କ କଡା ନିର୍ଦ୍ଦେଶ , ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ, ନଚେତ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପୋଲିସ୍‌ କମିଶନରଙ୍କ କଡା  ନିୟମ। ଦୁଇ  ସପ୍ତାହ ଲକଡାଉନର ନିୟମ କଡାକଡି ହେବ ବୋଲି କହିଛନ୍ତି  କମିଶନର ସୁଧାଂଶୁ ଷଡଙ୍ଗୀ। ସେ କହିଛନ୍ତି ସ୍ୱାଭାବିକ ସ୍ଥିତି ଏବେଯାଏ ଫେରି ନାହିଁ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ । ଏଥିପାଇଁ ଟ୍ବିନ ସିଟିର ଅତ୍ୟାବଶ୍ୟକ ସେବା  ଦେଉଥିବା ସମସ୍ତ ସଂସ୍ଥାର ମାଲିକମାନେ ନିଜ ସଂସ୍ଥାକୁ ଆସୁଥିବା କର୍ମଚାରୀ ସଂଖ୍ୟା କମାଇବେ। ଲକଡାଉନ ବେଳେ ଅତ୍ୟାବଶ୍ୟକ ସେବା ସହ ଔଷଧ ଦୋକାନ ଖୋଲା ରହିବ।

ରାଜ୍ୟଧାନୀରେ ସ୍ଥିତି ସ୍ଵାଭାବିକ ହୋଇନି। କରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଲକ୍‌ଡାଉନ୍ କଡାକଡି ହେବ। ସତର୍କ ରହିବାକୁ ପଡିବ ଏବଂ ନିୟମ ମାନିବାକୁ ପଡିବ। ଏ ନେଇ ସୁଧାଂଶୁ ଷଡଙ୍ଗୀ ଲକ୍‌ଡାଉନ୍‌କୁ ନେଇ ନିୟମ ବିଷୟରେ ସୂଚନା ଦେଇଛନ୍ତି।

ରାଜଧାନବାସୀଙ୍କ ପାଇଁ ନିୟମ

୧ – ଦିନ ୧ଟା ପର୍ଯ୍ୟନ୍ତ ରାସ, ପନିପରିବର ଦୋକାନ ଖୋଲା ରହିବ।

୨ – ଘର ପାଖ ଦୋକାନରୁ ପରିବା, ରାସନ କିଣନ୍ତୁ। ଚାଲି ଚାଲି ରାସନ କିଣିବାକୁ ଯାଆନ୍ତୁ।

୩ – ବାଇକ୍‌ ନେଇ କିଣିବାକୁ ଗଲେ ବାଇକ୍ ଜବତ ହେବ।

୪ – ହାଇଓ୍ଵେ କଡ ଢାବା ପାର୍ସଲ ପାଇଁ ଖୋଲା ରହିବ।

୫ – ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ୍‌ ଡେଲିଭରିକୁ ଅନୁମତି।

୬ – ବାହାଘର, ଶୁଦ୍ଧଘର ପାଇଁ ପୋଲିସ୍‌ର ଅନୁମତି ଆବଶ୍ୟକ।

୭- ଅମାନିଆଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।

୮ – ଭୁବନେଶ୍ଵରରୁ କେହି ବାହାରକୁ ଯାଇ ପାରିବେ ନାହିଁ।

୯ – ମିଛ ପ୍ରେସ୍ କାର୍ଡ ଧରି ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

୧୦ – ଗଣମାଧ୍ୟମରେ କାମ କରୁଥିଲେ ପ୍ରେସ୍‌ କାର୍ଡ ଗ୍ରହଣୀୟ।

୧୧- IT ସେକ୍ଟରରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲି ପାରିବ।

୧୨- ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲି ପାରିବ ବ୍ୟାଙ୍କ କାର୍ଯ୍ୟ।

୧୩ – ଅଫିସ୍ ଆସୁଥିବା କର୍ମଚାରୀଙ୍କୁ ଦୋକାନ, ବଜାର ମନା।

୧୪ – ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତି ପତ୍ର ରଖିବେ।

୧୫ – ରହଣି ହୋଟେଲ୍ ଖୋଲା ରହିବ।

୧୬ – ରେଲଓ୍ଵେ ଷ୍ଟେସନ, ଏୟାରପୋର୍ଟ ଖୋଲା ରହିବ।