Home ରାଜ୍ୟ ରାଜଧାନୀରେ ମଦ କିଣିବା ପାଇଁ ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ୍

ରାଜଧାନୀରେ ମଦ କିଣିବା ପାଇଁ ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ୍

ଭୁବନେଶ୍ବର: ଦୀର୍ଘ ୨ ମାସ ପରେ ଆଜି ଖୋଲିଲା ମଦ ଦୋକାନ। ମଦ ଦୋକାନ ଖୋଲିବାକୁ ନେଇ ବ୍ଯବସାୟୀ ଯେତିକି ଖୁସି ତାଠାରୁ ଅଧିକ ଖୁସି ଅଛନ୍ତି ଗ୍ରାହକମାନେ। ଯାହା ବାରି ହୋଇପଡୁଛି ଏହି ଦୃଶ୍ୟରୁ। ମଦ କିଣିବା ପାଇଁ ଲାଗିଛି ଲମ୍ବା ଲାଇନ୍ । ଗତକାଲି ଅନ୍ ଲାଇନରେ ମଦ ବ୍ଯବସାୟକୁ ଅନୁମତି ମିଳିବାପରେ ଆଜି ଲୋକେ ମଦ ନେବାକୁ ହାଉଯାଉ।

ଆଜି ସକାଳୁ ସକାଳୁ ସବୁ ମଦ ଦୋକାନ ଖୋଲା ହୋଇଯାଇଛି । ଯାହାଫଳରେ ଲୋକଙ୍କ ପ୍ରବଳ ଗହଳି ଦୋକାନ ସାମ୍ନାରେ ଦେଖିବାକୁ ମିଳିଛି । ବଡି ଭୋରରୁ ମଦ ନେବା ପାଇଁ ଧାଡି ବାନ୍ଧି ଠିଆହୋଇଛନ୍ତି । ଦୋକାନ ଆଗରେ ନମ୍ବର ଦିଆଯାଇଛି । ଯେଉଁମାନେ ଚାହିଁବେ ସେହି ନମ୍ବରେ ମଦ ବୁକିଂ କରିବେ । ପରେ କାଉଣ୍ଟର ଆଗକୁ ଯାଇ ଟଙ୍କା ଦେବା ପରେ ମଦ ଆଣିପାରିବେ। ସୁରକ୍ଷା ଦୃଷ୍ଟିରୁ ଦୋକାନ ନିକଟରେ ପୋଲିସ ମୁତୟନ କରାଯାଇଛି।