Home Uncategorized କାଲିଠୁ କଟକରେ ହଟିବ ସଟ୍‌ଡାଉନ୍‌, ଖୋଲିବ ସପିଂ ମଲ୍

କାଲିଠୁ କଟକରେ ହଟିବ ସଟ୍‌ଡାଉନ୍‌, ଖୋଲିବ ସପିଂ ମଲ୍

କଟକ:  କଟକରୁ ହଟିଲା ସଟ୍‌ଡାଉନ୍‌ । ସପ୍ତାହେ ଧରି ଚାଲିଥିବା ସଟଡାଉନ୍‌ ହଟିଛି । କେବଳ ଦୋକାନ ଖୋଲିବା ସମୟରେ କଟକଣା ଜାରି ରହିବ । ସକାଳ ୫ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲା ରହିବ ।
ଦୋକାନରେ ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ସପିଂ ମଲ୍‌ ଗୁଡ଼ିକ କୋଭିଡ୍‌ କଟକଣା ନିୟମ ମାନି ଖୋଲିବାକୁ ଅନୁମତି ଦିଆଯାଇଛି । ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ୍‌ ଖୋଲାଯାଇପାରିବ । ହୋଟେଲ ଓ ରେଷ୍ଟୁରାଷ୍ଟ ଖୋଲା ରହିବ । ଲୋକେ ଖାଇବା କେବଳ ପାର୍ସଲ ନେଇପାରିବେ । ସେହିପରି ନାଇଟ୍‌ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରହିବ ।

ସୂଚନାଯୋଗ୍ୟ ଯେ, କଟକରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାର ଦେଖି ସିଏମ୍‌ସି ଏହି କଟକଣା ଜାରି କରିଥିଲା । ପ୍ରଥମେ କଟକରେ ଜୁଲାଇ ୮ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟ୍‌ଡାଉନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଏହାପରେ ସଟ୍‌ଡାଉନ୍‌ ଅବଧିକୁ ଆଉ ୨ଦିନ ବୃଦ୍ଧି କରାଯାଇଥିଲା । ତେବେ ୧୦ ତାରିଖ ଦିନ କଟକଣା ଅବଧି ସରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକା ୧୦ଟି ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌ ଜାରି ରହିଥିଲା । ଏହି କଟକଣା ସମୟରେ କଟକରେ ଘର ଘର ବୁଲି ସାନିଟାଇଜେସନ୍‌ କରାଯାଇଛି ।  ସାପ୍ତାହିକ ସଟ୍‌ଡାଉନ୍‌ ସରିବା ପରେ କଟକର କଟକଣା କୋହଳ କରାଯିବ । କିନ୍ତୁ କିଛିଟା କଟକଣା ଜାରି ରହିବ । ଯେପରି ସଂଧ୍ୟା ୭ଟାରୁ ତା ପରଦିନ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଔଷଧ ଦୋକାନ ପାଇଁ କୋହଳ ହେବ ରାତ୍ରୀକାଳୀନ କର୍ଫ୍ୟୁ । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ ସରକାରୀ ଅଫିସ୍‌ । କୋଭିଡ୍‌ କଟକଣା ସର୍ତ୍ତ ସହ ସହରରେ ଖୋଲିବ ସପିଂ ମଲ୍‌ । ସମସ୍ତ ଲୋକ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ରହିଛି ।