Home ରାଜ୍ୟ ସେବାୟତ ବେଶରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ଧରାପଡ଼ିଲେ ଦୁଇ ଅଣସେବାୟତ

ସେବାୟତ ବେଶରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ଧରାପଡ଼ିଲେ ଦୁଇ ଅଣସେବାୟତ

90

ପୁରୀ : ସେବାୟତ ବେଶରେ ଆସିଲେ ଭକ୍ତ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳା ଆଳତୀ ସମୟରେ ପ୍ରବେଶ କରି ଦର୍ଶନ କରିଲେ ଦୁଇ ଜଣ ଭକ୍ତ । ସେବାୟତଙ୍କ ବିରୋଧ ପରେ ସେମାନଙ୍କୁ ଅଟକ ରଖାଯାଇଛି । ଏହି ଦୁଇ ଭକ୍ତଙ୍କୁ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ କୁମ୍ଭାରପଡ଼ା ପୋଲିସ ଜିମା ଦେଇଛନ୍ତି ।

ଦୁଇ ଅଣସେବାୟତ ହେଉଛନ୍ତି ପୁରୀ କୁମ୍ଭାରପଡାର ଅଜୟ କୁମାର ମହାନ୍ତିଙ୍କ ପୁଅ ଅଭିଜିତ ଓ ଅନ୍ୟ ଜଣେ ମାର୍କଣ୍ଡେଶ୍ବର ସାହିର ଦୁର୍ଗାପ୍ରସାଦ ମହାନ୍ତିଙ୍କ ପୁଅ ସ୍ମୃତି ରଞ୍ଜନ ବୋଲି ଜଣାପଡିଛି ।

କୁମ୍ଭାରପଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁଇ ଭକ୍ତଙ୍କୁ ସିଂହଦ୍ବାରରେ ରୋକାଯାଇଥିବା ସମୟରେ ସେହିମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ଦେଖାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି କିଭଳି ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା ।